Categories: ଖେଳ

ସଙ୍ଗୀତାଙ୍କ ହ୍ୟାଟ୍ରିକ୍‌: ମହିଳା ହକି ଦଳ ବିଜୟୀ

ହାଙ୍ଗଝୋ,୨୮ା୯(ପି.ଟି.): ବୁଧବାର ଏସିଆନ୍‌ ଗେମ୍ସ ମହିଳା ହକି ମ୍ୟାଚ୍‌ରେ ଭାରତ ୧୩-୦ରେ ସିଙ୍ଗାପୁରକୁ ପରାସ୍ତ କରିଛି। ପୁଲ୍‌ ଏ’ରେ ଭାରତ ନିଜର ଅଭିଯାନ ଆରମ୍ଭ କରିଥିବା ବେଳେ ଯୁବ ଷ୍ଟ୍ରାଇକର ସଙ୍ଗୀତା କୁମାରୀ ହ୍ୟାଟ୍ରିକ୍‌ ଅର୍ଜନ କରିଛନ୍ତି। ପ୍ରଥମ ଦୁଇ କ୍ୱାର୍ଟରରେ ଭାରତ ୮ ଗୋଲ ସ୍କୋର କରିଥିଲା। ସଙ୍ଗୀତା (୨୩, ୪୭ ଓ ୫୬ ମିନିଟ) ୩ଟି ଗୋଲ ଦେଇଥିବା ବେଳେ ନବନୀତ କୌର (୧୪ ଓ ୧୪ ମିନିଟ) ଦୁଇଟି ଗୋଲ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉଦିତା(୬), ସୁଶୀଳା ଚାନୁ(୮), ଦୀପିକା(୧୧), ଦୀପଗ୍ରେସ୍‌ ଏକ୍କା(୧୭), ନେହା(୧୯), ସଲିମା ଟେଟେ(୩୫), ମୋନିକା(୫୨) ଓ ବନ୍ଦନା କଟାରିୟା(୫୬ ମିନିଟ) ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।

ଶୁକ୍ରବାର ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍‌ରେ ମାଲେସିଆକୁ ଭେଟିବ। ଦଳର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିବାରୁ ଦଳ ସହଜ ବିଜୟ ହାସଲ କରିଥିଲା ବୋଲି ଅଧିନାୟିକା ସବିତା ପୁନିଆ କହିଛନ୍ତି। ଶୁକ୍ରବାର ପରବର୍ତ୍ତୀ ଲିଗ୍‌ ମ୍ୟାଚ୍‌ରେ ଭାରତ ମାଲେସିଆକୁ ଭେଟିବ।

 

Share