Categories: ଜାତୀୟ

ମେଘାଳୟରେ ସରକାର ଗଠନ ପାଇଁ ଦାବି କଲେ ସାଙ୍ଗମା

ଶିଲଂ,୩।୩: ମେଘାଳୟରେ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା ନିର୍ବାାଚନରେ ଜିତିବାର ଗୋଟିଏ ଦିନ ପରେ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ସାଙ୍ଗମା କହିଛନ୍ତି, ଭାଜପା ଆମକୁ ଏହାର ଆନୁଷ୍ଠାନିକ ସମର୍ଥନ ଦେଇଛି। ଭାଜପା ବ୍ୟତୀତ ଅନ୍ୟ ରାଜନୈତିକ ଦଳ ମଧ୍ୟ ସେମାନଙ୍କର ସମର୍ଥନ ଦେଇଛନ୍ତି। ସରକାର ଗଠନ ପାଇଁ ଆମର ଯଥେଷ୍ଟ ସଂଖ୍ୟା ଅଛି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ ବୋଲି ଆମକୁ ସୂଚନା ଦିଆଯାଇଛି। ଆମେ ପିଏମଓରୁ ସ୍ପଷ୍ଟତା ପାଇଁ ଅପେକ୍ଷା କରିଛଚ।
ସୂଚନାଯୋଗ୍ୟ, ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ଏଥିରେ କନରାଡ ସାଙ୍ଗମାଙ୍କ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନପିପି) ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି। ରାଜ୍ୟରେ ମୋଟ ୬୦ଟି ବିଧାନସଭା ଆସନ ରହିଛି। ତେବେ କେବଳ ୫୯ଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଆସନରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ହେତୁ ନିର୍ବାଚନ ବାତିଲ ହୋଇଥିଲା। ନିର୍ବାଚନରେ ଏନପିପି ୨୬ଟି ଆସନ ଜିତିଥିଲା। ଭାଜପା ଆକାଉଣ୍ଟରେ ୨ଟି, ୟୁଡିପି ୧୧ଟି ଆସନ ଜିତିଛି। ଏହା ବ୍ୟତୀତ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସକୁ ୫ଟି ଲେଖାଏ ଆସନ ପାଇଛନ୍ତି।

Share