Advertisement

ଓଏଏସ୍‌ ପାଇଲେ ବୋରିଗୁମ୍ମାର ସଂଗ୍ରାମ

ବୋରିଗୁମ୍ମା, ୩।୮(ବିଜୟ ସାହୁ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକକୁ ଗର୍ବିତ କରିଛନ୍ତି ମାଳଦା ପଞ୍ଚାୟତ ବନ୍ଧଗୁଡ଼ା ଗ୍ରାମର ସଂଗ୍ରାମ ଭୂମିଆ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସେ ସଫଳତା ହାସଲ କରିଛନ୍ତି। ଓପିଏସସି ଦ୍ୱାରା ପରିଚାଳିତ ଓଏଏସ୍‌ ପରୀକ୍ଷାରେ ସେ ୪୨୫ ର଼୍ୟାଙ୍କ ରଖିଛନ୍ତି। ସଂଗ୍ରାମଙ୍କ ବାପା ଜଣେ ଛୋଟ ଚାଷୀ ହୋଇଥିଲେ ବି ନିଜର ପାଞ୍ଚ ପୁଅଝିଅଙ୍କୁ ଉଚିତ ଶିକ୍ଷା ଦେବାରେ ସଫଳ ହୋଇଛନ୍ତି। ବଡ ପୁଅ ସଂଗ୍ରାମ ଗତ ବର୍ଷ ନବରଙ୍ଗପୁର ଜିଲା ଅତିରିକ୍ତ କୃଷି ଅଧିକାରୀଭାବେ ଚାକିରୀ ପାଇଥିଲେ। ପୁଅର ସଫଳତାରେ ଖୁସିବ୍ୟକ୍ତ କରିଛନ୍ତି ବାପା ଦିନବନ୍ଧୁ ଓ ମା ସତ୍ୟଭାମା। ସଂଗ୍ରାମ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel