Categories: ଜାତୀୟ

ଜାତି ଜନଗଣନା ବିରୋଧରେ ସୁପ୍ରିମକୋର୍ଟରେ ସାନି ପିଟିଶନ

ନୂଆଦିଲ୍ଲୀ,୧୮।୧: ବିହାର ସରକାରଙ୍କ ଜାତି ଜନଗଣନା ନିଷ୍ପତ୍ତି ବିରୋଧରେ ମଙ୍ଗଳବାର ସୁପ୍ରିମକୋର୍ଟରେ ସାନି ପିଟିଶନ ଦାଏର ହୋଇଛି। ରାଜ୍ୟ ସରକାରଙ୍କ କାର୍ଯ୍ୟ ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ କରୁଥିବା ଏଥିରେ ଅଭିଯୋଗ କରାଯାଇଛି। ଜାତି ଜନଗଣନା ବିଜ୍ଞପ୍ତି ଭେଦଭାବପୂର୍ଣ୍ଣ ଏବଂ ଅସାମ୍ବିଧାନିକ ବୋଲି ଆବେଦନକାରୀ ହିନ୍ଦୁ ସେନା ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତା ତାଙ୍କ ପିଟିଶନରେ ଉଲ୍ଲେଖ କରିଛନ୍ତି। ଆସନ୍ତା ୨୦ରେ ଅନ୍ୟ ପିଟିଶନଗୁଡ଼ିକ ସହ ଏହାର ଶୁଣାଣି ହୋଇପାରେ।

Share