Categories: ଖେଳ

ଶୋଏବଙ୍କଠାରୁ ଅଲଗା ହେବେ କି ସାନିଆ

ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ଖୁବ୍‌ଶୀଘ୍ର ଆନୁଷ୍ଠାନିକ ଭାବେ ଛାଡପତ୍ର ନେବାକୁ ଯାଉଛନ୍ତି। ପାକିସ୍ତାନ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଥିବା କଥା ଆଲୋଚନ ହେଉଛି। ଦମ୍ପତିଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ବନ୍ଧୁଙ୍କ ଅନୁଯାୟୀ, ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଛାଡପତ୍ର କାଗଜପତ୍ର ମଧ୍ୟ ପ୍ରସ୍ତୁତ ସରିଛି। କେବଳ ଔପଚାରିକତା ବାକି ଅଛି। ସାନିଆ ବର୍ତ୍ତମାନ ଦୁବାଇରେ ଥିବାବେଳେ ମଲିକ ପାକିସ୍ତାନରେ ଅଛନ୍ତି।
ନିକଟରେ ସାନିଆ ଇନଷ୍ଟାଗ୍ରାମରେ ଏକ ଫଟୋ ଅପଲୋଡ କରି ଲେଖିଥିଲେ, ଯେଉଁ ମୁହୂର୍ତ୍ତଗୁଡ଼ିକ ମୋତେ କଷ୍ଟ ଦେଇଥାଏ। ଏହାପରେ ତାଙ୍କ ଅଲଗା ହେବା ଖବରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଶୋଏବ ଏବଂ ସାନିଆଙ୍କ ବିବାହ ଏପ୍ରିଲ ୧୫, ୨୦୧୦ରେ ବିବାହ କରିଥିଲେ।

Share