Categories: ଖେଳ

ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ସାନିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ଶୋଏବ

ଭାରତର ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଛାଡପତ୍ରକୁ ନେଇ ବେଶ୍‌ ଆଲୋଚନା ହେଉଛି। ଏହି ଚର୍ଚ୍ଚା ମଧ୍ୟରେ ଶୋଏବ ସାନିଆଙ୍କୁ ରୋମାଣ୍ଟିକ୍‌ ଅନ୍ଦାଜ୍‌ରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହାର କ୍ୟାପଶନରେ ଲେଖିଛନ୍ତି – ଜନ୍ମଦିନର ଶୁଭେଚ୍ଛା। ମୁଁ ଆପଣଙ୍କ ଏକ ସୁସ୍ଥ ଏବଂ ସୁଖମୟ ଜୀବନ କାମନା କରୁଛି। ଏହି ଦିନକୁ ପୂର୍ଣ୍ଣ ଉପଭୋଗ କରନ୍ତୁ। ବିଶେଷ କଥା ହେଉଛି ଏହି ପୋଷ୍ଟର ସମୟ। ଶୋଏବ ବିଳମ୍ବିତ ରାତି ପ୍ରାୟ ୧.୧୫ ସମୟରେ ଏହି ଫଟୋ ଶେୟାର କରିଥିଲେ। ଏହି ଫଟୋରେ ଶୋଏବ ଏବଂ ସାନିଆ ଏକାଠି ନଜର ଆସିଛନ୍ତି।
ଏହାପୂର୍ବରୁ ଦୁହେଁ ଏକ ନୂଆ ଇଂନିସ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଦୁହେଁ ମିଶି ଏକ ଟିଭି ଶୋ’ ହୋଷ୍ଟ କରିବେ। ଏନେଇ ଉଭୟ ଏକ ଉର୍ଦ୍ଦୁ ଚ୍ୟାନେଇ ସହ ଚୁକ୍ତିନାମା କରିଛନ୍ତି। ଏହି ଶୋ’ର ନାମ ରହିଛି ମିର୍ଜା-ମଲିକ ଶୋ’। ସୋସିଆଲ ମିଡିଆ ମାଧ୍ୟମରେ ସାନିଆ-ଶୋଏବ ସୂଚନା ଦେଇଛନ୍ତି। ଏହା ଏକ ଟକ ଶୋ’ ହେବ। ଏହା ପ୍ରଥମ ଥର ହେବ ଏକ ଯୋଡି ଏକ ଶୋ’ରେ ଏକାଠି କାମ କରିବେ।
ପାକିସ୍ତାନ ମିଡିଆରେ ମଧ୍ୟ ଗତ କିଛି ଦିନ ହେବ ଦୁହିଁଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଥିବା କଥା ଆଲୋଚନ ହୋଇଥିଲା। ଦମ୍ପତିଙ୍କ ଘନିଷ୍ଠ ବନ୍ଧୁ ମଧ୍ୟ ଏନେଇ ସୂଚନା ଦେଇଥିଲେ।

Share