Categories: ଖେଳ

ଦୁବାଇରେ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ଖେଳିବେ ସାନିଆ

ନୂଆଦିଲ୍ଲୀ,୭।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ସନ୍ନ୍ୟାସ ନେଇ ଘୋଷଣା କରିଛନ୍ତି। ଆସନ୍ତା ଫେବୃୟାରୀ ୧୯ରେ ଖେଳାଯିବାକୁ ଥିବା ଦୁବାଇ ଟେନିସ ଚାମ୍ପିୟନଶିପ୍‌ ତାଙ୍କ କ୍ୟାରିୟରର ଅନ୍ତିମ ଟୁର୍ନାମେଣ୍ଟ ହେବ ବୋଲି ସେ କହିଛନ୍ତି।

୩୬ ବର୍ଷୀୟ ସାନିଆ ଡବଲ୍ସରେ ବିଶ୍ୱର ନମ୍ବର ୧ ଖେଳାଳି ରହିଛନ୍ତି। ପୂର୍ବରୁ ସେ ୨୦୨୨ ଶେଷ ଆଡକୁ ଅବସର ନେବେ ବୋଲି ନିଜେ ଘୋଷଣା କରିଥିଲେ। ହେଲେ ଆହତ ହେବା ଯୋଗୁ ସେ ୟୁଏସ୍‌ ଓପନ୍‌ ଖେଳିପାରି ନ ଥିଲେ। ଏବେ ସାନିଆ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିୟ ଓପନ ଖେଳିବେ। ଏହାପରେ ୟୁଏଇରେ ଚାମ୍ପିୟନଶିପ୍‌ ଖେଳିବା ପରେ ଟେନିସ୍‌ରୁ ଅବସର ନେବେ।

ଏକ ସାକ୍ଷାତକାରରେ ସାନିଆ କହିଛନ୍ତି, ମୁଁ ଗତବର୍ଷ ଡବ୍ଲୁଟିଏ ଫାଇନାଲ୍‌ ପରେ ସନ୍ନ୍ୟାସ ନେବାର ଯୋଜନା କରିଥିଲି। ହେଲେ ଡାହାଣ କହୁଣୀରେ ଆଘାତ ଲାଗିବା କାରଣରୁ ୟୁଏସ୍‌ ଓପନ ସହ ଅନ୍ୟ ଟୁର୍ନାମେଣ୍ଟରୁ ନାଁ ଫେରାଇ ଆଣିଥିଲି। ନିଜର ନିଜର ସର୍ତ୍ତରେ ଜୀବନ ଜିଇଁବାକୁ ଭଲପାଏ। ଏହି କାରଣରୁ ମୁଁ ଆହତ ହେବାକୁ ନେଇ ବାହାର ହେବାକୁ ଚାହୁଁନାହିଁ। ଏବେ ବି ଟ୍ରେନିଂ ନେଉଛି। ଏହି କାରଣରୁମୁଁ ଦୁବାଇ ଟେନିସ ଚାମ୍ପିୟନଶିପ୍‌ରେ ଅବସର ନେବାର ଯୋଜନା କରିଛି ବୋଲି ସେ କହିଛନ୍ତି।

Share