Categories: ଖେଳ

ଶେଷ ଗ୍ରାଣ୍ଡସ୍ଲାମ୍‌ରେ ହାରିଲେ ସାନିଆ ମିର୍ଜା, ଟାଇଟଲ ଜିତିବାର ଆଶା ମଉଳିଲା…

ମେଲବୋର୍ନ,୨୨।୧ : ମହିଳା ଡବଲ୍ସ ଇଭେଣ୍ଟରେ ଦ୍ୱିତୀୟ ରାଉଣ୍ଡରେ ରବିବାର ହାରିଯିବା ପରେ ସାନିଆ ର୍ମିଜା ଏବଂ ତାଙ୍କ ସହଯୋଗୀ ଆନା ଡାନିଲିନା ଅଷ୍ଟ୍ରେଲିଆ ଓପନରୁ ବାହାର ହୋଇଛନ୍ତି। ଇଣ୍ଡୋ-କାଜାକ ଯୋଡି ବେଲଜିୟମର ଆଲିସନ ୱାନ ୟୁଟଭ୍ୟାଙ୍କ ଏବଂ ୟୁକ୍ରେନର ଆନହେଲିନା କାଲିନିନାଙ୍କଠାରୁ ୪-୬,୬-୪, ୨-୬ରେ ପରାଜିତ ହୋଇଛନ୍ତି।

ଏହି ପରାଜୟ ସହିତ ସାନିଆଙ୍କ ଶେଷ ଗ୍ରାଣ୍ଡସ୍ଲାମରେ ଟାଇଟଲ ଜିତିବାର ଆଶା ପ୍ରାୟ ଶେଷ ହୋଇଯାଇଛି । ତେବେ ମିଶ୍ରିତ ଡବଲ୍ସରେ ଆଶା ଥିବାବେଳେ ସାନିଆ ଏବଂ ରୋହନ ବୋପାନ୍ନାଙ୍କ ପାଇଁ ଅଷ୍ଟ୍ରେଲିଆ ଓପନ ଜିତିବା କଷ୍ଟକର ହେବ।

ଶନିବାର ମିଶ୍ରିତ ଡବଲ୍ସ ଇଭେଣ୍ଟର ଦ୍ୱିତୀୟ ରାଉଣ୍ଡରେ ସାନିଆ ମିର୍ଜା ଏବଂ ରୋହନ ବୋପାନ୍ନା ପ୍ରବେଶ କରିଥିେଲେ। ରିଓ ୨୦୧୬ ସେମିଫାଇନାଲିଷ୍ଟ ସାଇନା ଏବଂ ବୋପାନ୍ନା ଏକ ଘଣ୍ଟା ୧୪ ମିନିଟରେ ଅଷ୍ଟ୍ରେଲୀୟ ୱାଇଲ୍ଡ କାର୍ଡ ଏଣ୍ଟ୍ରି ଜାମି ଫୋର୍ଲିସ ଏବଂ ଲୁକ ସାଭିଲଙ୍କୁ ୭-୫, ୬-୩ ରେ ପରାଜିତ କରିଥିଲେ।

Share