Posted inଖେଳ

ପୁଅର ଭିଜା ପାଇଁ କ୍ରୀଡ଼ା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାନିଆ

ନୂଆଦିଲ୍ଲୀ,୩।୬: ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ସାନିଆ ମିର୍ଜା ୟୁକେରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥି ଲାଗି ସେ ପୁଅ ଓ ଭଉଣୀଙ୍କ ପାଇଁ ଭିଜା ଆବେଦନ କରିଥିଲେ। କ୍ରୀଡ଼ା ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ସାନିଆଙ୍କ ଆବଦେନର କିଛି ଦିନ ମଧ୍ୟରେ ପୁଅ ଓ ଭଉଣୀଙ୍କୁ ଭିଜା ମିଳିପାରିଛି। ଏ ନେଇ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ତରଫରୁ ଗୁରୁବାର ପ୍ରକାଶ କରାଯାଇଛି। ଏଥିପାଇଁ ସାନିଆ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପୁଅ ଇଜହାନ ଓ ଭଉଣୀ ଅନମଙ୍କୁ ଭିଜା ମିଳିଥିବାରୁ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କୁ ବିବାହ କରିଥିବା ସାନିଆ।

୬ଟି ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୩୪ ବର୍ଷୀୟା ସାନିଆ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ବର୍ମିଂହାମ ଓପନ୍‌ (ଜୁନ ୧୪), ଇଷ୍ଟବର୍ନ ଓପନ (ଜୁନ୍‌ ୨୦) ଓ ଓ୍ବିମ୍ବେଲେଡନ ଓପନ (ଜୁନ ୨୮)ରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

ପର୍ଥ,୨୨।୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ମାଟି କାମୁଡିଛି।...

ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା...

ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ

ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ମାତ୍ର ୫୦ ରନ୍‌ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍‌

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ...

ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍‌ ରାହୁଲ

ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ...

ଆସିଗଲା ତାରିଖ: ଏହି ଦିନରୁ ଆରମ୍ଭ ହେବ ଆଇପିଏଲ ୨୦୨୫ !

ନୂଆଦିଲ୍ଲୀ,୨୨।୧୧: ଆଜିକାଲି ଆଇପିଏଲ ୨୦୨୫ ମେଗା ନିଲାମ ଖବର ଚର୍ଚ୍ଚାରେ ଅଛି। ଏହି ସମୟରେ ଆଇପିଏଲ ୨୦୨୫ ଆରମ୍ଭ ହେବାର ତାରିଖ ସାମ୍ନାକୁ ଆସିଛି। ଏକ...

ପର୍ଥରେ ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଡେବ୍ୟୁ କଲେ ନୀତିଶ କୁମାର, ହର୍ଷିତ ରାଣା

ନୂଆଦିଲ୍ଲୀ,୨୨ା୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି (୨୨ ନଭେମ୍ବର) ଠାରୁ ପର୍ଥରେ ହୋଇଛି। ଭାରତୀୟ ଦଳର...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri