Advertisement
Categories: ଖେଳ

ବ୍ୟକ୍ତିତ୍ୱ ହିସାବରେ ସ୍ବାମୀ ସୋଏବ ମଲିକଙ୍କୁ ମନେ ପକାଇ ଦିଅନ୍ତି ଧୋନୀ: ସାନିଆ

ହାଇଦ୍ରାବାଦ,୨୩।୮: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଧୋନୀଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବାମୀ ତଥା ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ସହ ମିଶେ ବୋଲି କହିଛନ୍ତି। ଉଭୟ ଶାନ୍ତ। ମଜା ବି କରନ୍ତି। କ୍ରିକେଟ ମଇଦାନରେ ଏମାନେ ଶାନ୍ତ ରୁହନ୍ତି। ଅନେକ ମାମଲାରେ ଉଭୟଙ୍କ ମଧ୍ୟରେ ସମାନତା ରହିଛି। ଏଥିସହ ଧୋନୀ ଚାହିଁଥିଲେ ବିଦାୟୀ ମ୍ୟାଚ୍‌ ଖେଳିପାରିଥାନ୍ତେ ହେଲେ ଚୁପ୍‌ ରହି ସେ ଦୂରେଇ ଯିବାକୁ ସଠିକ୍‌ ମଣିଲେ। ଏହା ହିଁ ତାଙ୍କୁ କ୍ୟାପ୍‌ଟେନ୍‌ କୁଲ୍‌ ଏବଂ ଏମ୍‌ଏସ୍‌ ଧୋନୀ କରୁଛି। ମଇଦାନରେ ତାଙ୍କ ପ୍ରଦର୍ଶନ ବିଦାୟୀ ମ୍ୟାଚ୍‌ଠାରୁ ଅଧିକ ସ୍ମରଣୀୟ ରହିବ। କାରଣ ସେ ସେ କେବଳ ନିଜ ପାଇଁ ନୁହେଁ ବରଂ ଦେଶ ପାଇଁ ଅନେକ କିଛି ହାସଲ କରିଛନ୍ତି ବୋଲି ସାନିଆ କହିଛନ୍ତି।

ପ୍ରକାଶ ଯେ, ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଉଥିବା ନେଇ ଘୋଷଣା କରିଥିଲେ ଧୋନୀ। ଏହା ପ୍ରଶଂସକଙ୍କୁ ଚକିତ କରିଦେଇଥିଲା। ତେବେ ଧୋନୀଙ୍କ ଉପଲବ୍ଧିକୁ ଯଦି ଦେଖାଯାଏ ତେବେ ଆଇସିସିର ତିନୋଟି ଯାକ ଟ୍ରଫି ହାସଲ କରିବାର ସେ ବିଶ୍ୱର ଏକମାତ୍ର ଅଧିନାୟକ ପାଲଟିଛନ୍ତି। ସେ ଟି-୨୦ ବିଶ୍ୱକପ୍‌, ୫୦ ଓଭର ବିଶିଷ୍ଟ ବିଶ୍ୱକପ୍‌, ଚ୍ୟାମ୍ପିୟନ୍ସ ଟ୍ରଫି ଜିତିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel