Advertisement
Categories: ଖେଳ

ପୁଅ ସହ ନଜର ଆସିଲେ ସାନିଆ ମିର୍ଜା

ମୁମ୍ବାଇ,୨୬।୧୨-ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ନିଜ ପୁଅ ଇଜହାନ ମିର୍ଜା ମଲ୍ଲିକ ସହ ନଜର ଆସିଛନ୍ତି। ଦୀର୍ଘଦିନ ପରେ ସାନିଆଙ୍କୁ ଇଜହାନଙ୍କ ଦେଖିବାକୁ ମିଳିଛି। ଏହି ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏକ ସୁଇମିଂ ପୁଲ ନିକଟରେ ଉଭୟେ ମା’ ପୁଅ ପୋଜ ଦେଇଥିବା ଦେଖାଯାଇଛି। ସାନିଆ ଏକ ଧଳା ଟି-ଶାର୍ଟ ଓ ଜେଗିନ୍ସ ପିନ୍ଧିଥିବା ଦେଖିବାକୁ ମିଳିଛି। ଏପରି ଫଟୋରେ କଳାକାରଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନମାନେ ଭିନ୍ନଭିନ୍ନ ମତ ଦେଇ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel