Categories: ଖେଳ

ବିଜୟ ସହ ଡବ୍ଲ୍ୟୁଟିଏ ସର୍କିଟକୁ ଫେରିଲେ ସାନିଆ

ଦୋହା, ୩ା୩ (ପି.ଟି.)- ବିଜୟ ସହ ଡବ୍ଲ୍‌ୟୁଟିଏ ସର୍କିଟକୁ ଫେରିଛନ୍ତି ଭାରତୀୟ ମହିଳା ଟେନିସ ଷ୍ଟାର ସାନିଆ ମିର୍ଜା। ସେ ଓ ତାଙ୍କ ସେଲାଭେନିଆନ ପାର୍ଟନର ଆଣ୍ଡ୍ରେଜା କ୍ଲେପାକ୍‌ ୟୁକ୍ରେନର ନାଡିଆ କିଚେନୋକ୍‌ ଓ ଲ୍ୟୁଦମିଲା କିଚେନୋକ୍‌ ଯୋଡ଼ିଙ୍କୁ ହରାଇ ଏଠାରେ ଚାଲିଥିବା କାତାର ଟୋଟାଲ ଓପନ୍‌ ଟେନିସ ଡବଲ୍ସ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ସୋମବାର ରାତିରେ ଏହି ଡବ୍ଲ୍ୟୁଟିଏ ୫୦୦ ଟୁର୍ନାମେଣ୍ଟର ଓପନିଂ ରାଉଣ୍ଡରେ ଇଣ୍ଡୋ-ସ୍ଲୋଭେନିଆନ ଯୋଡ଼ି ୬-୪, ୬-୭ (୫), ୧୦-୫ ସେଟ୍‌ରେ କିଚେନୋକ୍‌ ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ୧୨ ମାସରେ ସାନିଆଙ୍କର ଏହା ହେଉଛି ପ୍ରଥମ ମ୍ୟାଚ। ଘଟଣାକ୍ରମେ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଟେନିସ ପ୍ରତିଯୋଗିତା ବନ୍ଦ ରଖାଯିବା ପୂର୍ବରୁ ୨୦୨୦ ଫେବୃୟାରୀରେ ସାନିଆ ଏଠାରେ ତାଙ୍କ ଶେଷ ମ୍ୟାଚ ଖେଳିଥିଲେ। ସାନିଆ ନିଜେ ଗତ ଜାନୁୟାରୀରେ କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଛନ୍ତି।

Share