Categories: ଖେଳ

କ୍ରିକେଟ୍‌ରଙ୍କୁ ଟିପ୍ସ ଦେବେ ସାନିଆ

ବେଙ୍ଗାଲୁରୁ,୧୫।୨: ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ମେଣ୍ଟର ଭାବରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନିଯୁକ୍ତ ହୋଇଛନ୍ତି। ବୁଧବାର ଟୁଇଟର୍‌ ମାଧ୍ୟମରେ ଆରସିବି ଏହା ନିଶ୍ଚିତ କରିଛି।
ଆରସିବିର ଟୁଇଟର୍‌ରେ କହିଛି, ମହିଳାମାନଙ୍କ ପାଇଁ ଭାରତୀୟ କ୍ରୀଡ଼ାର ଜଣେ ଅଗ୍ରଦୂତ, ଜଣେ ଯୁବ ଆଇକନ ଯିଏ ନିଜ କ୍ୟାରିୟରରେ ନିର୍ଭୟରେ ଖେଳିଛନ୍ତି ଏବଂ ପଡ଼ିଆରେ ଚାମ୍ପିଅନ ହୋଇଛନ୍ତି। ସାନିଆଙ୍କୁ ଆରସିବି ମହିଳା କ୍ରିକେଟ ଦଳର ପରାମର୍ଶଦାତା ଭାବରେ ସ୍ବାଗତ କରି ଆମେ ଗର୍ବିତ।
ବେଙ୍ଗାଲୁରୁ ଦଳର ପରାମର୍ଶଦାତା ହେବା ପରେ ସାନିଆ ଏକ ଦଳ ସାକ୍ଷାତକାରରେ କହିଛନ୍ତି, ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଥିଲି, କିନ୍ତୁ ମୁଁ ଉତ୍ସାହିତ ଥିଲି। ସୌଭାଗ୍ୟବଶତ ହେଉ କି ଦୁର୍ଭାଗ୍ୟବଶତଃ ମୁଁ ୨୦ ବର୍ଷ ଧରି ଜଣେ ପେସାଦାର ଆଥଲେଟ ଥିଲି। ମୋର ପରବର୍ତ୍ତୀ କାମ ହେଉଛି ଯୁବପିଢିଙ୍କୁ ସାହାଯ୍ୟ କରିବା। ଝିଅମାନଙ୍କୁ ବିଶ୍ୱାସ କରିବାକୁ ଚେଷ୍ଟା କରିବା ଯେ, କ୍ରୀଡା ସେମାନଙ୍କ ପାଇଁ ପ୍ରଥମ କ୍ୟାରିୟର ବିକଳ୍ପ ହୋଇପାରେ।

Share