Advertisement

ସାନିଆଙ୍କ ବାପା କହିଲେ ଶୋଏବ ନୁହନ୍ତି, ସାନିଆ ହିଁ ପକାଇଛନ୍ତି ବିବାହରେ ପୂର୍ଣ୍ଣଚ୍ଛେଦ

ମୁମ୍ବାଇ: ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କଠାରୁ ଅଲଗା ହେବା ପରେ ପୁଣି ଥରେ ବିବାହ କରିଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ଏହି ବିବାହ କେବଳ ପାକିସ୍ତାନରେ ହୋଇଥିଲା। ଏହା ଶୋଏବଙ୍କ ତୃତୀୟ ବିବାହ ଥିଲା। ଶୋଏବ ଏବଂ ସାନିଆ ୨୦୧୦ରେ ବିବାହ କରିଥିଲେ। ଦୀର୍ଘ ୧୪ବର୍ଷ ପରେ ଏହି ସମ୍ପର୍କ ଭାଙ୍ଗିଗଲା। ସାନିଆ ଏବଂ ଶୋଏବ ଦୀର୍ଘଦିନ ଧରି ଅଲଗା ରହୁଥିଲେ। ସାନିଆ ଏବଂ ଶୋଏବଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିବାକୁ କିଏ ପଦକ୍ଷେପ ନେଇଥିଲା? କିମ୍ବା ଛାଡ଼ପତ୍ର କିଏ ନେଇଛି, ଏବେ ଏହା ମଧ୍ୟ ପ୍ରକାଶ ପାଇଛି।

Sania Mirza's father reacts after Shoaib Malik's third marriageSania Mirza's father reacts after Shoaib Malik's third marriage

ସାନିଆଙ୍କ ବାପା ଇମ୍ରାନ ମିର୍ଜା ଏହା ପ୍ରକାଶ କରିଛନ୍ତି। ଇମ୍ରାନ କହିଛନ୍ତି, ଶୋଏବ ନୁହନ୍ତି, ସାନିଆ ନିଜେ ହିଁ ସମ୍ପର୍କ ଭାଙ୍ଗିଛନ୍ତି। ସାନିଆ ‘ଖୁଲା’ ଅଧିକାର ଅଧୀନରେ ଶୋଏବଙ୍କ ସହ ତାଙ୍କର ବିବାହରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଏହାର ଅର୍ଥ ହେଉଛି, ଶୋଏବ ଛାଡ଼ପତ୍ର ଦେଇନାହାନ୍ତି କିନ୍ତୁ ସାନିଆ ନିଜେ ମତଭେଦ ହେତୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପରେ ‘ଖୁଲା’ ଅଧୀନରେ ଅଧିକାର ବ୍ୟବହାର କରି ବିବାହରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

The Love Tale Of Tennis Star Sania Mirza And Pakistani Cricketer Shoaib MalikThe Love Tale Of Tennis Star Sania Mirza And Pakistani Cricketer Shoaib Malik

ଇମ୍ରାନ କହିଛନ୍ତି, ଇସ୍‌ଲାମରେ ଏକ ବିବାହ ଭାଙ୍ଗିବାର ଅନେକ ଉପାୟ ଅଛି। ସେଥିମଧ୍ୟରୁ ଗୋଟିଏ ହେଉଛି ‘ଖୁଲା’। ଏହା ଅଧୀନରେ କେବଳ ମହିଳାଙ୍କର ବିବାହ ଭାଙ୍ଗିବାର ଅଧିକାର ରହିଛି। ଜଣେ ମୁସଲମାନ ମହିଳା ‘ଖୁଲା’ ଅଧୀନରେ ତାଙ୍କ ସ୍ବାମୀଙ୍କ ସହ ସମ୍ପର୍କ ଭାଙ୍ଗିପାରନ୍ତି। ଜଣେ ମୁସଲମାନ ମହିଳା ଏକପାଖିଆ ଭାବରେ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ପାରିବେ। ଯେତେବେଳେ ବିବାହ ଭାଙ୍ଗିବା ନିଷ୍ପତ୍ତିକୁ ସ୍ବାମୀ ଗ୍ରହଣ କରନ୍ତି, ସେତେବେଳେ ଏହା ପାଇଁ ଅଲଗା ପ୍ରକ୍ରିୟା ଥାଏ ଏବଂ ଏହାକୁ ଛାଡ଼ପତ୍ର କୁହାଯାଏ।

୨୦୧୦ରେ ବହୁ ବିବାଦ ମଧ୍ୟରେ ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ବିବାହ କରିଥିଲେ। ଏହି ବିବାହ ସମ୍ପର୍କରେ ସାନିଆଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସାନିଆ ଏବଂ ଶୋଏବଙ୍କର ମଧ୍ୟ ଏକ ପୁଅ ଅଛି, ଯାହାର ନାମ ଇଜାନ ମିର୍ଜା ମଲିକ।

Share