ସଫେଇ କର୍ମଚାରୀଙ୍କ କାମ ଛାଡ଼ ଆନ୍ଦୋଳନ

ଦେବଗଡ଼, ୧୫।୧୧: ଦେବଗଡ଼ ପୌର ପରିଷଦରେ କାର୍ଯ୍ୟରତ ସଫେଇ କର୍ମଚାରୀ ମଙ୍ଗଳବାର କାମ ଛାଡ଼ ଆନ୍ଦୋଳନ କରିଛନ୍ତି। ଫଳରେ ସହରର ମାର୍କେଟ, ବସ୍‌ଷ୍ଟାଣ୍ଡ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ସହ ସାହି, ଗଳିରେ ଅଳିଆ ଆବର୍ଜନା ପଡି ରହିଥିବା ଦେଖିବାକୁ ମିଳିଛି।

ଦୀର୍ଘଦିନର ବକେୟା ପିଏଫ୍‌ ରାଶି ପ୍ରଦାନ ଦାବିରେ ମଙ୍ଗଳବାର ସକାଳୁ କାମ ବନ୍ଦ କରି ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଥିବା କର୍ମଚାରୀମାନେ ପ୍ରକାଶ କରିଛନ୍ତି। ଫଳରେ ପୌରାଞ୍ଚଳ, ସହରରେ ପରିମଳ ସେବା ଠପ୍‌ ହୋଇପଡିଛି। ଅନ୍ୟପକ୍ଷେ ସଂଘ ସଭାପତି ଧର୍ମେନ୍ଦ୍ର କୁମାର ଦେବତା ସଫେଇ କର୍ମଚାରୀଙ୍କ ପିଏଫ୍‌ ରାଶି ପୌରପରିଷଦ ପକ୍ଷରୁ ହଡପ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି।