ସଞ୍ଜ ନଇଁଲେ ଶଙ୍କା

ଢେଙ୍କାନାଳ ଅଫିସ, ୨।୧୨(ରତନ ନାୟାର):ଜଳଭଣ୍ଡାର ନୀଳ ଜଳରାଶି, ଘଞ୍ଚ ଶାଳ ଜଙ୍ଗଲର ଶାନ୍ତ ପରିବେଶ, ବନ୍ୟଜୀବନର ଅପୂର୍ବ ସମନ୍ବୟ ‘ସାପୁଆ’। କଂକ୍ରିଟ୍‌ ଜଙ୍ଗଲଠାରୁ ଦୂରରେ ପ୍ରକୃତିରାଣୀର ଏଠାରେ ଅଜାଡ଼ି ଦେଇଛି ସବୁକିଛି, ଯାହାର ଶୋଭା ଆକର୍ଷିତ କରୁଛି ସହରୀ ମଣିଷଙ୍କୁ। ତେବେ ସାରାଦିନ ସବୁଜିମା କୋଳରେ ବିତାଇ ସନ୍ଧ୍ୟାରେ ଘରକୁ ବାହୁଡ଼ିବା ବେଳକୁ ସୁରକ୍ଷା ଚିନ୍ତାରେ ପର୍ଯ୍ୟଟକ ହୋଇପଡୁଛନ୍ତି ଶଙ୍କାଗ୍ରସ୍ତ। ନିଛାଟିଆ ଅଞ୍ଚଳରେ ମଦ୍ୟପ, ଅସାମାଜିକଙ୍କ ରାଜୁତି ଏହି ଶାନ୍ତି ଇଲାକାକୁ କରିଦେଉଛି ଅସୁରକ୍ଷିତ। କେବଳ ସୁରକ୍ଷା ନୁହେଁ, ପାନୀୟ ଜଳ ସୁବିଧା ନ ଥିବାରୁ ବଣଭୋଜି ପାଇଁ ୫ କିଲୋମିଟର ଦୂରରୁ ବୁହା ହୋଇ ଆସୁଛି ପାଣି। ସରକାରୀ ଅବହେଳା ପାଇଁ ନାଲିଫିତା ତଳେ କୋଟିଏ ଟଙ୍କାର ପ୍ରସ୍ତାବ ଅଟକି ରହିଥିବାବେଳେ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦଖଲ କରିବାକୁ ସଂଘର୍ଷ କରୁଛି ‘ସାପୁଆ’।
ହିନ୍ଦୋଳ ବ୍ଲକ ରାସୋଳ ଅଞ୍ଚଳର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ‘ସାପୁଆ’କୁ ମିଳିଛି ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ। ଭୁବନେଶ୍ୱରଠାରୁ ପ୍ରାୟ ୯୦ କିଲୋମିଟର ଏବଂ ଢେଙ୍କାନାଳଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ପର୍ଯ୍ୟଟନସ୍ଥଳୀ। ପର୍ଯ୍ୟଟନ ଋତୁରେ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସମାଗମ ହେଉଥିବାବେଳେ ବଣଭୋଜି ପାଇଁ ଏହା ପ୍ରକୃଷ୍ଟ ସ୍ଥାନ। ସେହିପରି ଢେଙ୍କାନାଳ, ଅନୁଗୋଳ ଜିଲାର ପ୍ରକୃତିପ୍ରେମୀ ଅପରାହ୍ନରେ ପ୍ରକୃତିର ଶୋଭାକୁ ଉପଭୋଗ କରିବା ପାଇଁ ଏଠାରେ ଭିଡ଼ ଜମାଇଥାଆନ୍ତି। ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ନିର୍ମାଣ କରାଯାଇଥିବା ସର୍ପିଳ କଂକ୍ରିଟ୍‌ ସ୍କୁଇସ୍‌ ଗେଟ୍‌ ଏହାକୁ ଅଧିକ ଆକର୍ଷଣୀୟ କରିଥିବାବେଳେ ନିକଟ ଜଙ୍ଗଲରୁ ପାଣି ପିଇବାକୁ ଆସୁଥିବା ହରିଣ, ହାତୀଙ୍କ ଜଳକ୍ରୀଡ଼ା ଦୃଶ୍ୟକୁ କ୍ୟାମେରାରେ କଏଦ କରିବାକୁ ଅନେକେ ଅପେକ୍ଷା କରିଥାଆନ୍ତି।
ତେବେ ଏଭଳି ଏକ ପର୍ଯ୍ୟଟନସ୍ଥଳୀ ସରକାର ଏବଂ ପ୍ରଶାସନିକ ଅବହେଳାରୁ ଅବହେଳିତ ଅବସ୍ଥାରେ ରହିଛି। ଏହାକୁ ନୂଆ ରୂପ ଦେବାକୁ ୨୦୧୯ରେ ଜିଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଥିଲା। ହେଲେ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ। ପିଇବା ପାଣି ସୁବିଧା ନ ଥିବାରୁ ସାପୁଆଠାରୁ ୫ କିଲୋମିଟର ପୂର୍ବରୁ ଥିବା ରାସୋଳ-ତେଲିଭୂଇଁ ଛକରୁ ପର୍ଯ୍ୟଟକଙ୍କୁ ପାଣି ବୋହି ନେବାକୁ ପଡୁଛି। ଆଲୋକ ବ୍ୟବସ୍ଥା ନ ଥିବାରୁ ସଞ୍ଜ ନଇଁଲେ ଅସାମାଜିକଙ୍କ ଆଡ୍ଡା ପାଲଟୁଛି ସାପୁଆ। ପରିବାର ସହ ଆସିଥିବା ପର୍ଯ୍ୟଟକଙ୍କ ସୁରକ୍ଷା ସନ୍ଦିହାନ ହୋଇପଡୁଥିବାରୁ ସେମାନେ ତରବରିଆ ଭାବେ ଫେରିବାକୁ ବାଧ୍ୟ ହେଉଛନ୍ତି। ଆଲୋକୀକରଣ ବ୍ୟବସ୍ଥା, ପାର୍କିଂ ସୁବିଧା ସହ କେତେକ ଦୋକାନ ଖୋଲିବାକୁ ଅନୁମତି ଦିଆଗଲେ ଏହି ପର୍ଯ୍ୟଟନ ସ୍ଥଳୀ ଅଧିକ ଚଳଚଞ୍ଚଳ ହୋଇପାରନ୍ତା। ସେହିପରି କନ୍ଧରା-ସାତକୋଶିଆ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଏହି ପର୍ଯ୍ୟଟନସ୍ଥଳୀରେ ଓ୍ବାଚ୍‌ ଟାଓ୍ବାର କରାଗଲେ ଦୂରଦୂରାନ୍ତର ଯାଏ ସବୁଜିମା, ବନ୍ୟଜୀବନକୁ ଉପଭୋଗ କରିହେବ। ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଇଚ୍ଛାଶକ୍ତି ଏବଂ ରାଜ୍ୟ ସରକାର ସ୍ବତନ୍ତ୍ର ଅନୁଦାନ ଦେଲେ ‘ସାପୁଆ’ର ବିକାଶ ପାଇଁ ବାଟଫିଟନ୍ତା ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ କ୍ୟାଲେଣ୍ଡରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୫ ଇଂରାଜୀ ନୂତନ ବର୍ଷ କ୍ୟାଲେଣ୍ଡର (ଉଭୟ ୱାଲ ଏବଂ ଡେସ୍କ) ପ୍ରକାଶ ପାଇଛି। କ୍ୟାଲେଣ୍ଡରର ପ୍ରଥମ କପିକୁ ଶ୍ରୀମନ୍ଦିରରେ...

ବେକରେ ଗାମୁଛା ଲଗାଇ ଛୁଲିପଡିଲେ ଯୁବକ, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ, ୨୬।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ପିତଳ ଗ୍ରାମର ଜଣେ ଯୁବକ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା...

ଅଦିନିଆ ଲଘୁଚାପ ଯୋଗୁ ଧାନ, ପନିପରିବା ଫସଲ ନଷ୍ଟ: କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ବିଜେଡି ପକ୍ଷରୁ ଦାବିପତ୍ର

ହିଞ୍ଜିଳିକାଟୁ, ୨୬ା୧୨(ଦ୍ବିତୀକୃଷ୍ଣ ପଣ୍ଡା): ଚଳିତ ଖରିଫ ଧାନ ଅମଳ ବେଳକୁ ଲଗାତାର ଅଦିନିଆ ବର୍ଷାରେ ଚାଷୀଙ୍କ ଫସଲକୁ କ୍ଷତି ପହଞ୍ଚାଇଛି। ଗତ ମଙ୍ଗଳବାର ଓ ବୁଧବାର...

ନିଦ ହଜାଇଲା ଅଦିନିଆ ବର୍ଷା: କ୍ଷେତରେ ପଚି ଗଜା ହେଲାଣି ପାଚିଲା ଧାନ

ଛେନାପଦି, ୨୬ା୧୨(ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଅଦିନିଆ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ୪ ଦିନ ପୂର୍ବେ...

୪ ମଣ୍ଡିରେ ଶୀତ-ବର୍ଷାରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ, ଚାଷୀଙ୍କ ନିଦ ହଜିଛି

କେସିଙ୍ଗା,୨୬ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଚଳିତବର୍ଷ ଭଲ ଧାନ ଫସଲ ହୋଇଥିବା ବେଳେ ଫସଲ ପାକଳ ହେବା ବେଳକୁ ବର୍ଷାର ଅଭାବ...

ଯାଜପୁର, ନୂଆ ଜଗନ୍ନାଥ ରାସ୍ତା ପାଲଟିଛି ଡମ୍ପିଂୟାର୍ଡ଼, ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବି

ନିରାକାରପୁର, ୨୬।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ନିରାକାରପୁର ବଜାରରୁ ଲେଣ୍ଡୋ ପଞ୍ଚାୟତର ଯାଜପୁର ଗାଁକୁ ଯିବା ମୁଖ୍ୟ ରାସ୍ତାଟି ଏବେ ଡମ୍ପିଂୟାର୍ଡ଼ ପାଲଟିଛି। ଖାଲି ଯାଜପୁର...

ଏଆରଆଇଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ, ୮ଟି ପ୍ଲଟ୍‌, ନଗଦ ଟଙ୍କା ସମେତ ମିଳିଲା…

କୋରାପୁଟ। ବୋରିଗୁମ୍ମା,୨୬।୧୨(ଅମିତାଭ ବେହେରା/ବିଜୟ ନାରାୟଣ ସାହୁ): ଭିଜିଲାନ୍ସ ଜାଲରେ କୋରାପୁଟ ଜିଲା ବୋରିଗୁମ୍ମା ତହସିଲ କୁମୁଲି ସର୍କଲର ଏଆରଆଇ। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ...

ଟ୍ରେନ ସୁରକ୍ଷାରେ ଥିଲେ, ଟ୍ରେନରେ କଟିଗଲେ

ତିହିଡି,୨୬।୧୨(ସଞ୍ଜିତ ବଳ): ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ସୁରକ୍ଷା କର୍ମୀଙ୍କର ଟ୍ରେନରେ କଟି ମୃତ୍ୟୁ ଘଟିଛି। ଘଟଣା ହେଉଛି ତିହିଡି ବ୍ଲକ ପୀରହାଟ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri