କିଏ ଏହି ମହିଳା? ଇଣ୍ଟରଭ୍ୟୁ ପରେ ଆଲିଙ୍ଗନ କଲେ ବୁମରା

ନୂଆଦିଲ୍ଲୀ, ୩୦।୦୬: ଟି-୨୦ ବିଶ଼୍ବକପ୍‌ର ପ୍ରତ୍ୟକଟି ମୁହୂର୍ତ୍ତ ରୋମାଞ୍ଚକର । ଭାରତ ଜିତିବା ପରେ ପଡ଼ିଆରେ ଘଟିଥିବା ଛୋଟ ଛୋଟ ଘଟଣାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏମିତି ଏକ ଛୋଟ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ଷ୍ଟାର୍‌ ବୋଲର ଜସ୍‌ପ୍ରୀତ୍‌ ବୁମ୍‌ରା ନଜର ଆସୁଛନ୍ତି । ଟି-୨୦ ଫାଇନାଲରେ ଜସ୍‌ପ୍ରୀତ୍‌ଙ୍କ ଶାନ୍‌ଦାର ବୋଲିଂ ଦକ୍ଷିଣ ଆଫ୍ରିକାକୁ ହରାଇବାରେ ବଡ଼ ଭୂମିକା ନେଇଥିଲା ।

ତେବେ ମ୍ୟାଚ୍‌ ପରେ ଭାରତର ବିଜୟକୁ ନେଇ ବୁମରା ଏକ ସାକ୍ଷାତକାର ଦେଇଥିଲେ । ଆଇସିସିର ଉପସ୍ଥାପକ ସଞ୍ଜନା ଗଣେଶନ ଏହି ସାକ୍ଷାତକାର ନେଉଥିଲେ । ଆଇସିସି ତରଫରୁ ସେ ଖେଳାଳିଙ୍କ ସାକ୍ଷାତକାର ନେଉଥିଲେ । ସେ ପ୍ରଫେସନାଲ୍‌ ଭାବେ ବୁମ୍‌ରାଙ୍କ ସାକ୍ଷାତାକାର ନେଇଥିଲେ । ହେଲେ ସାକ୍ଷାତକାର ସରିବା ପରେ ସେ ସଞ୍ଜନାଙ୍କୁ ଆଲିଙ୍ଗନ କରିଥିଲେ । ଫ୍ରେଫସନାଲ୍‌ ନିୟମକୁ ପାର କରି ସେ ଭାବୁକ ହୋଇଯାଇଥିଲେ । ଟ୍ରଫି ଜିତିବା ଖୁସିରେ ଆଇସିସିର ଜଣେ ଉପସ୍ଥାପକ ବଦଳରେ ସେ ତାଙ୍କ ସ୍ତ୍ରୀଙ୍କୁ ଆଲିଙ୍ଗନ କରିଥିଲେ । ବାସ୍ତବରେ ସଞ୍ଜନା ଗଣେଶନ୍‌ ହେଉଛନ୍ତି ବୁମ୍‌ରାଙ୍କ ପତ୍ନୀ ।

Share