ବିବାହ ପୂର୍ବରୁ ସଞ୍ଜୟ ଦେଲେ ପରାମର୍ଶ, କହିଲେ…

ଆଲିୟା ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଉଭୟଙ୍କ ବିବାହ ସ୍ଥାନଠୁ ଆରମ୍ଭ କରି ଅତିଥିଙ୍କ ତାଲିକା ପର୍ଯ୍ୟନ୍ତ ସବୁ ଅପଡେଟ ଜାଣିବା ପାଇଁ ପ୍ରଶଂସକଙ୍କ ଭିତରେ ଉତ୍ସାହ ଥାଏ। ତେବେ ଦୁହିଁଙ୍କ ବିବାହକୁ ନେଇ ସସ୍‌ପେନ୍ସ ବଢିବାରେ ଲାଗିଛି। ଏହି ସମୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ରଣବୀର କପୁରଙ୍କୁ ବିବାହ ସହ ଜଡିତ ଏକ ପରାମର୍ଶ ମଧ୍ୟ ଦେଇଛନ୍ତି । ପ୍ରକୃତରେ ଏବେ ସଞ୍ଜୟ ଦତ୍ତ ତାଙ୍କର ଅପକମିଂ ଫିଲ୍ମ କେଜିଏଫ ୨ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ସେ ରଣବୀର କପୁର ଏବଂ ଆଲିୟା ଭଟ୍ଟଙ୍କ ବିବାହକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ରଣବୀରଙ୍କ ବିବାହ ହେଉଥିବା ଶୁଣି ସଞ୍ଜୟ ପ୍ରଥମେ କହିଥିଲେ ଯେ, ହଁ ସତରେ ରଣବୀର ବିବାହ କରୁଛି ? ଯଦି ସେ ବିବାହ କରୁଛି ତେବେ ତା ପାଇଁ ମୁଁ ବହୁତ ଖୁସି । ସେ ଆହୁରି ମଧ୍ୟ ଏହା କହିଥିଲେ ଯେ, ରଣବୀର ଏବଂ ଆଲିୟା ତାଙ୍କ ପାଇଁ ବହୁତ ଖାସ । ଆଲିୟା ତ ତାଙ୍କ ସାମ୍ନାରେ ହିଁ ବଡ ହୋଇଛି । ବିବାହ ଏକ କମିଟ୍‌ମେଣ୍ଟ । ଯାହା ସେମାନେ ଆଗରୁ କରିସାରିଛନ୍ତି । ରଣବୀର ଶୀଘ୍ର ପିଲାଛୁଆ କରନ୍ତୁ। ଦୁହେଁ ଖୁସିରେ ରୁହନ୍ତୁ ବୋଲି ସଞ୍ଜୟ କହିଛନ୍ତି।

Share