୧୨ ବର୍ଷ ପରେ ପୁଣି ଏକାଠି ନଜର ଆସିବେ ସଞ୍ଜୟ, ସୁନୀଲ

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଓ ସୁନୀଲ ସେଟ୍ଟୀଙ୍କ ପ୍ରଶଂସକଙ୍କ ପାଇଁ ଖୁସିଖବର। ଦୀର୍ଘବର୍ଷ ପରେ ଏହି ଦୁଇ ଅଭିନେତା ଫିଲ୍ମରେ ଏକାଠି ନଜର ଆସିବେ। ଦର୍ଶକମାନେ ୧୨ ବର୍ଷ ପରେ ଉଭୟଙ୍କୁ ଦେଖିବାକୁ ସୁଯୋଗ ପାଇବେ। ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ନୋ ପ୍ରୋବ୍ଲେମ’ରେ ଦୁହେଁ ଏକାଠି ଅଭିନୟ କରିଥିଲେ। ନିର୍ଦ୍ଦେଶକ ସମୀର କାର୍ନିକ ଏକ ନୂଆ ଫିଲ୍ମ କରୁଥିବା ବେଳେ ଫିଲ୍ମର ନାଁ ସ୍ଥିର ହୋଇ ନାହିଁ। ତେବେ ଏଥିରେ ସେ ଉଭୟ ସଞ୍ଜୟ ଓ ସୁନୀଲଙ୍କୁ ନେବେ। ତେବେ ସୁନୀଲ ଏହି ଖବର ସତ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ବାବା (ସଞ୍ଜୟ ଦତ୍ତ) ଓ ମୁଁ ପୁଣି ଥରେ ଏକ ଫିଲ୍ମରେ କାମ କରିବାକୁ ଯାଉଥିବାରୁ ବହୁତ ଖୁସି ଅଛି। ଆମେ ବହୁ ବର୍ଷ ପରେ ପୁଣି ଏକାଠି କାମ କରିବାର ସୁଯୋଗ ପାଇଛୁ। ଆମ ଦୁହିଁଙ୍କ ମଧ୍ୟରେ ବେଶ ଭଲ ତାଳମେଳ ରହେ। ଫିଲ୍ମର କାହାଣୀ ଖୁବ ଭଲ ବୋଲି ସୁନୀଲ କହିଥିବା ବେଳେ ଏହାସହିତ ଫିଲ୍ମଟି କମେଡିରେ ପରିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି। ସମୀର ‘ୟମଲା ପଗଲ ଦିୱାନା’ ଭଳି ଫିଲ୍ମ ତିଆରି କରିଥିଲେ।

Share