ବଲିଉଡରେ ସଞ୍ଜୁ ବାବାଙ୍କ ୪୧ ବର୍ଷ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବଲିଉଡ୍‌ରେ ୪୧ ବର୍ଷ ପୂରଣ କରିଛନ୍ତି । ଦର୍ଶକଙ୍କୁ ଅନେକ ହିଟ୍ ମୁଭି ଭେଟି ଦେଇଥିବା ଏହି କାଳକାର ପରଦା ଉପରେ କେତେବେଳେ ହିରୋ ତ ପୁଣି କେତେବେଳେ ଖଳନାୟକ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି । ଏହି ଅବସରରେ ଅଭିନେତା ଡେବ୍ୟୁ ମୁଭି ‘ରକି’ର ଫଟୋ ଶେୟାର କରି ଦର୍ଶକଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାସହ ସେ ଲେଖିଛନ୍ତି ‘୪ ଦଶକ +୧ ସାଲ’ ଜୀବନ ସାରାର ଏକ ଯାତ୍ରା କହିଲେ ଚଳେ । ଆପଣମାନେ ମୋତେ ‘ରକି’ ରୂପରେ ଆଉ ଏବେ ‘ଅଧିରା’ ରୂପରେ ଯେଉଁ ଭଲପାଇବା ଦେଇଛନ୍ତି ସେଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଆଶା କରୁଛି ଆଗାମୀ ଦିନରେ ମୋର ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ ମୁଁ ମନୋରଞ୍ଜନ ଦେଇ ପାରିବି । ପ୍ରଶଂସକ ସଞ୍ଜୟଙ୍କ ଏହି ଫଟୋକୁ ଖୁବ୍ ପସନ୍ଦ କରୁଥିବା ବେଳେ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ରିଲିଜ୍ ହୋଇଥିବା ମୁଭି ‘କେଜିଏଫ୍ ଚାପ୍ଟର ୨ରେ’ ସଞ୍ଜୟଙ୍କୁ ଦେଖିବାକୁ ମିଳିଥିଲା । ଯାହା ବକ୍ସ ଅଫିସରେ ଖୁବ୍ ଭଲ ବ୍ୟବସାୟ କରିଛି । ଏଥିରେ ସଞ୍ଜୟଙ୍କୁୁ ଦର୍ଶକେ ‘ଅଧିରା’ ଚରିତ୍ରରେ ଦେଖିଛନ୍ତି । ଆଉ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି । ଏହାପରେ ଖୁବଶୀଘ୍ର ସଞ୍ଜୟ ମୁଭି ‘ପୃଥ୍ୱିରାଜ’ରେ ନଜର ଆସିବେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମାନୁଷି ଚ୍ଛିଲ୍ଲର, ଅକ୍ଷୟ କୁମାର, ସୋନୁ ସୁଦ ଆଦି ନଜର ଆସିବେ ।

Share