Categories: ଜାତୀୟ

ଉଦ୍ଧବ ଗୋଷ୍ଠୀକୁ ଫେରିଲେ ପୂର୍ବତନ ମନ୍ତ୍ରୀ

ମୁମ୍ବାଇ,୨୦।୧୦: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦେଶମୁଖ ଠାଣେର ଅନ୍ୟତମ ନେତା ସଞ୍ଜୟ ଘାଦିଗୋଙ୍କର ଶିବସେନା (ଉଦ୍ଧବ ବାଲାସାହେବ ଠାକ୍‌ରେ)କୁ ଫେରିଛନ୍ତି। ବିଦର୍ଭ ଅଞ୍ଚଳରେ ଉଦ୍ଧବ ଗୋଷ୍ଠୀର ଶକ୍ତି ବୃଦ୍ଧିରେ ଏହା ସହାୟକ ହେବ ବୋଲି ଦଳର ଜଣେ କାର୍ଯ୍ୟକର୍ତ୍ତା ଗୁରୁବାର କହିଛନ୍ତି। ଗୁରୁବାର ଅପରାହ୍ନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ସେମାନେ ଦଳରେ ସାମିଲ ହୋଇଛନ୍ତି। କିଛି ସପ୍ତାହ ପୂର୍ବରୁ ସଞ୍ଜୟ ଦେଶମୁଖ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ କ୍ୟାମ୍ପ (ବାଲାସାହେବାଞ୍ଚତ୍ ଶିବସେନା)ରେ ଯୋଗଦେଇଥିଲେ। ଗତ ଜୁନ୍‌ରେ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ କେତେଜଣ ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାବିକାଶ ଅଘାଡ଼ି ସରକାର ଭାଙ୍ଗିଯାଇଥିଲା। ଏଭଳି କାର୍ଯ୍ୟରେ ଅସନ୍ତୁଷ୍ଟ ଲୋକେ ଶିବସେନାକୁ ଫେରୁଥିବା ଉଦ୍ଧବ କହିଛନ୍ତି।

Share