ଏକାଠି ନଜର ଆସିବେ ରବିନା-ସଞ୍ଜୟ ଯୋଡି

ମୁମ୍ବାଇ: ୯୦ ଦଶକରେ ସଞ୍ଜୟ ଦତ୍ତ ଓ ରବିନା ଟଣ୍ଡନଙ୍କ ଯୋଡିକୁ ଦର୍ଶକେ ଖୁବ୍ ପସନ୍ଦ କରୁଥିଲେ । ଏହି ଯୋଡି ଦର୍ଶକଙ୍କ ଭଲପାଇବା ପାଇଥିବା ବେଳେ କିଛି ହିଟ୍ ଫିଲ୍ମ ବି ଭେଟି ଦେଇଥିଲେ ବଡ ପରଦାର ଦର୍ଶକଙ୍କୁ । ବେଶକିଛି ବର୍ଷ ପରେ ଏବେ ପୁଣିଥରେ ଦେଖିବାକୁ ମିଳିବ ଏହି ଯୋଡିଙ୍କୁ । ମୋଷ୍ଟ ଆୱେଟେଡ ଫିଲ୍ମ ‘କେଜିଏଫ୍‌-୨’ରେ ଏମାନେ ନଜର ଆସିବେ । ଏହାକୁ ନେଇ ଉଭୟଙ୍କ ପ୍ରଶଂସକ ଖୁବ୍ ଏକ୍ସାଇଟେଡ ଅଛନ୍ତି । ଏହାପରେ ସଞ୍ଜୟ-ରବିନାଙ୍କ ଯୋଡି ପୁଣିଥରେ ବଡ ପରଦାରେ ଧମାଲ କରିବେ । ମିଳିଥିବା ସୂଚନା ଅନୁଯାୟୀ ଉଭୟ ଏକ କମେଡି ଫିଲ୍ମରେ ଅଭିନୟ କରିବେ ।
ନିକଟରେ ରବିନା ତାଙ୍କ ଇନଷ୍ଟାଗ୍ରାମରେ ଏକ ଥ୍ରୋବ୍ୟାକ ପିକ୍‌ଚର ଶେୟାର କରିଥିଲେ । ଯେଉଁଥିରେ ସେ ସଞ୍ଜୟ ଦତ୍ତଙ୍କ ସହ ନଜର ଆସିଥିଲେ । ଏହାକୁ ଦେଖି ପ୍ରଶଂସକମାନେ ଖୁବ୍ କମେଣ୍ଟ କରିଥିଲେ । ଅନ୍ୟପଟେ ଫିଲ୍ମ ନିର୍ମାତା ଏମାନଙ୍କୁ ନେଇ କୁଆଡେ ଏକ କମେଡି ଫିଲ୍ମ ନିର୍ମାଣ କରିବା କଥା ଚିନ୍ତା କରୁଥିବା ଶୁଣିବାକୁ ମିଳିଛି । ତେବେ ଅଫିସିୟାଲି ଏହାର କୌଣସି ଘୋଷଣା କରାଯାଇନାହିଁ କି ରବିନା-ସଞ୍ଜୟ ଏ ନେଇ କିଛି କହି ନାହାନ୍ତି । ହେଲେ କମେଡି ଫିଲ୍ମଟି ବଡ ବ୍ୟାନର ତଳେ ନିର୍ମାଣ କରାଯିବ ବୋଲି କୁହାଯାଉଛି । ଫେବୃୟାରୀରେ ଏହି ଫିଲ୍ମ ସମ୍ପର୍କରେ ଘୋଷଣା କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

Share