‘ଓ୍ବେଲକମ୍‌ ୩’ରେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ ଏହି ବ୍ଲକବଷ୍ଟର ଯୋଡ଼ି !

ବମ୍ବେ: ଖିଲାଡି କିଙ୍ଗ୍‌ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ‘ହେରା ଫେରି ୩’ ପରେ ଏବେ ‘ଓ୍ବେଲ୍‌କମ୍‌’ ଏବଂ ‘ଆଓ୍ବାରା ପାଗଲ୍‌ ଦିଓ୍ବାନା’ର ସିକୁଏଲ୍‌ରେ ସେ ନଜର ଆସିବେ। ଫିଲ୍ମରେ ତାଙ୍କ ସହ ପରେଶ ରାଓ୍ବଲ, ସୁନୀଲ ସେଟ୍ଟୀଙ୍କ ବ୍ୟତିତ ସଞ୍ଜୟ ଦତ୍ତ ଏବଂ ଅର୍ଶଦ ଓ୍ବାର୍ସି ମଧ୍ୟ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି।

ସଞ୍ଜୟ-ଅର୍ଶଦ ‘ମୁନ୍ନାଭାଇ’ ଭଳି ଲୋକପ୍ରିୟ ତଥା ବ୍ଲକବଷ୍ଟର ସିନେମାରେ ଅଭିନୟ କରିଛନ୍ତି। ଏହାଛଡ଼ା ଏହି ଯୋଡ଼ି ‘ଧମାଲ’ ଫ୍ରାଞ୍ଚାଇଜ୍‌ ସହ କାମ କରିଛନ୍ତି। ନିକଟରେ ସଞ୍ଜୟ ଅର୍ଶଦଙ୍କ ସହ ନୂଆ ଫିଲ୍ମ ନେଇ ଘୋଷଣା କରିଥିଲେ। ହେଲେ ସେ ବିଷୟରେ ସବିଶେଷ ସୂଚନା ଦେଇ ନ ଥିଲେ। ଏବେ ‘ଓ୍ବେଲକମ୍‌ ୩’ରେ ଦୁହେଁ ଅଭିନୟ କରିବାକୁ ଯାଉଥିବା ଜଣାପଡ଼ିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି ପାଇଛି।

ଏବେ ଅକ୍ଷୟ କୁମାର ‘ହେରା ଫେରି ୩’ର ଶୁଟିଂରେ ବ୍ୟସ୍ତ। ଏହା ଶେଷ ହେବା ପରେ ନଚେତ ଫିଲ୍ମ ରିଲିଜ ପରେ ‘ଓ୍ବେଲକମ୍‌ ୩’ ଲାଗି ଶୁଟିଂ ଆରମ୍ଭ ହୋଇପାରେ ବୋଲି କୁହାଯାଉଛି।

Share