ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ନାମ ଅର୍ଜନ କରିଥିଲେ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ସଂଘର୍ଷ ଦେଖିବାକୁ ମିଳିଥିଲା। ଏଥି ମଧ୍ୟରୁ ଗୋଟିଏ ହେଉଛି ସେ କ୍ୟାନ୍ସର୍ ଆକ୍ରାନ୍ତ ହେବା। କ୍ୟାନ୍ସର୍ ଆକ୍ରାନ୍ତ ହେବା ଜାଣି ସେ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ଥିଲା ବୋଲି ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି।
ମୁଁ ପାହାଚ ଚଢିବାବେଳେ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଏପରିକି ମୁଁ ଗାଧୋଇବାବେଳେ ମଧ୍ୟ ନିଃଶ୍ୱାସ ନେଇ ପାରିଲି ନାହିଁ। କ’ଣ ଘଟୁଛି ମୁଁ ଜାଣି ପାରୁ ନ ଥିଲି, ତେଣୁ ମୁଁ ଡାକ୍ତରଙ୍କୁ ଦେଖାଇଲି। ଏକ୍ସ-ରେ ପରେ ଜଣାପଡିଲା ମୋର ଫୁସଫୁସର ଅଧାରୁ ଅଧିକ ପାଣିରେ ଭରି ରହିଛି। ଡାକ୍ତରମାନଙ୍କୁ ଏହି ପାଣି କାଢ଼ିବାକୁ ପଡ଼ିଲା ଏବଂ ସେମାନେ ବିଶ୍ୱାସ କରୁଥିଲେ ଯେ ଏହା ଟିବି ହୋଇପାରେ, କିନ୍ତୁ ଏହା କ୍ୟାନସର୍ ଜଣାପଡିଲା। କ୍ୟାନସର୍ ଜଣାପଡିବା ପରେ ମୁଁ ମୋ ପିଲା, ସ୍ତ୍ରୀ ଏବଂ ଜୀବନ ବିଷୟରେ ଚିନ୍ତା କରି ଘଣ୍ଟା ଘଣ୍ଟା କାନ୍ଦୁଥିଲି। ଧୀରେ ଧୀରେ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଆଗକୁ ବଢିଲି। ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ବୋଲି ସଞ୍ଜୟ କହିଛନ୍ତି।
ସଞ୍ଜୟ ଦତ୍ତ ଆଜିକାଲି ରିଲିଜ ହୋଇଥିବା ଫିଲ୍ମ କେଜିଏଫ ୨ରେ ଅଧିରା ଭୂମିକା ପାଇଁ ତାଙ୍କୁ ଅନେକ ପ୍ରଶଂସା ମିଳୁଛି।