Advertisement

କ୍ୟାନସର ପୀଡିତ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏମିତି ମେସେଜ୍‌ ଦେଲେ କ୍ରିକେଟର

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍‌ସରରେ ପୀଡିତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଶୁଭଚିନ୍ତକ। ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର ଟୁଇଟର ଯୋଗେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିରେ ସାମିଲ ହୋଇଛନ୍ତି କ୍ରିକେଟର ଯୁବରାଜ ସିଂ। ଟୁଇଟରରେ ଏକ ପୋଷ୍ଟ କରି ଯୁବରାଜ କହିଛନ୍ତି, ସଞ୍ଜୟ ଦତ୍ତ ଆପଣ ସବୁବେଳେ ଫାଇଟର୍‌ ରହିଆସିଛନ୍ତି। ମୁଁ ଜାଣିଛି ଏହି ସମୟରେ କେତେ ଯନ୍ତ୍ରଣା ହେଉଥିବ। ମୁ ଜାଣେ ଆପଣ ଜଣେ ମଜଭୁତ୍‌ ବ୍ୟକ୍ତି, ଏହା ସହିନେବେ। ପ୍ରାର୍ଥନା କରୁଛି ଆପଣ ଖୁବଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ। ସୂଚନାଯୋଗ୍ୟ, ଯୁବରାଜ ମଧ୍ୟ କ୍ୟାନସରେ ପୀଡିତ ହୋଇଥିଲେ। ସେ ଆରୋଗ୍ୟ ହୋଇ ଦୃଢତାର ସହ କ୍ରିକେଟ ପଡିଆକୁ ଫେରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel