Categories: Uncategorized

ସଞ୍ଜୟଙ୍କୁ ମିଳିଲା ଛୁଟି

ସଞ୍ଜୟଙ୍କୁ ମିଳିଲା ଛୁଟି
ମୁମ୍ବାଇ: ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୮ରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇସ୍ଥିତ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା। ଏବେ ସେ ଘରକୁ ଫେରିଛନ୍ତି। ଏହାସହ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିବାରୁ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଜଣାପଡିଛି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ କରୋନା ସ୍ଥିତି ଚିନ୍ତାଜନକ ଥିବା ବେଳେ ନିକଟରେ ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମେତ ତାଙ୍କ ପରିବାରର ୪ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହା ବେଳକୁ ବେଳ ଚିନ୍ତା ବଢାଇ ଚାଲିଛି।