‘ଶମଶେରା’ରେ କାମ କରିବା ସମୟରେ କ୍ୟାନସରରେ ପୀଡ଼ିତ ଥିଲେ ସଞ୍ଜୟ

ମୁୁମ୍ବାଇ: ବଲିଉଡ ଖଳନାୟକ ସଞ୍ଜୟ ଦତ୍ତ ଏବେ ତାଙ୍କ ଅଗାମୀ ଫିଲ୍ମ ‘ଶମଶେରା’କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନ ଦେବ ନିଶ୍ଚୟ । ଦର୍ଶକେ ସଞ୍ଜୟଙ୍କ ଅଭିନୟର ଖୂବ୍ ପ୍ରଶଂସା କରୁଛନ୍ତି । ଏହାସହ ଫିଲ୍ମ ମେକର କରଣ ମାଲହୋତ୍ରା ନିକଟରେ ଏକ ସାକ୍ଷାତକାରରେ ଫିଲ୍ମ ନିର୍ମାଣ ସମୟରେ ସଞ୍ଜୟ କିପରି କ୍ୟାନସରରେ ପୀଡ଼ିତ ଥିଲେ ସେ କଥା ଖୋଲାଖୋଲି ଭାବେ କଥା ହୋଇଛନ୍ତି । କରଣ କହିଛନ୍ତି ସଞ୍ଜୟ ‘ଶମଶେରା’ର କାମ ଚାଲିଥିବା ସମୟରେ ହିଁ କ୍ୟାନସରରେ କୀଡ଼ିତ ଥିଲେ । ହେଲେ ସେ ଏକଥା କାହାକୁ ଜଣାଇ ନ ଥିଲେ । ଜଣେ ସାଧାରଣ ଓ ସୁସ୍ଥ ମଣିଷ ଭାବେ ସେ ସେଟ୍‌ରେ ପହଞ୍ଚୁଥିଲେ କାମ କରୁଥିଲେ । ହେଲେ ସେ କ୍ୟାନସରରେ ପୀଡ଼ିତ ଥିବା ଜଣାପଡିବା ପରେ ଆମେ ସମସ୍ତେ ଚିନ୍ତିତ ହୋଇପଡିଥିଲୁ । କିନ୍ତୁ ଜଣେ ସୁପରହିରୋ ଭଳି ସେ ଏହି ରୋଗ ସହ ଲଢିଥିଲେ ଆଉ ଶେଷରେ ବିଜୟୀ ବି ହୋଇଛନ୍ତି ।
ସଞ୍ଜୟ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି । ସଞ୍ଜୟ ‘ଶମଶେରା’ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଏହା ବ୍ୟତୀତ ଏଥିରେ ରଣବୀର କପୁର ଓ ବାଣୀ କପୁର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।
ନିର୍ଦ୍ଦେଶକ କରଣ ମାଲହୋତ୍ରା କହିଛନ୍ତି ସଞ୍ଜୟ କ୍ୟାନସର ସମ୍ପର୍କରେ କାହାକୁ କିଛି ନ କରି ଚୁପଚାପ ଏହି ରୋଗ ସହ ଲଢିଛନ୍ତି । ପ୍ରତିକୂଳ ପରିସ୍ଥିତିର ସାମ୍ନା କରିଛନ୍ତି । କିନ୍ତୁ ତାଙ୍କ ମୁହଁର ଏକ୍ସପ୍ରେଶନ କେବେ କହିନାହିଁ ଯେ ସେ କ୍ୟାନସରରେ ପୀଡ଼ିତ ବୋଲି । ସେଥିପାଇଁ ବୋଧହୁଏ ତାଙ୍କର ଏହି ଦୃଢ ଇଚ୍ଛାଶକ୍ତି ତାଙ୍କୁ ଆଜି ବିଜୟୀ କରିପାରିଛି ।

Share