୬୧ ବର୍ଷରେ ଏହି କାମ କଲେ ସଞ୍ଜୟ ଦତ୍ତ

ବଲିଉଡ୍‌ର ଆକ୍ସନ ଷ୍ଟାର ହେଉଛନ୍ତି ସଞ୍ଜୟ ଦତ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଫିଲ୍ମରେ ଆକ୍ସନ ଓ ଷ୍ଟଣ୍ଟ ଦୃଶ୍ୟରେ କାମ କରିସାରିଛନ୍ତି। ବର୍ତ୍ତମାନ ସେ ୬୧ ବର୍ଷର। ଅତିତରେ ସେ କ୍ୟାନ୍ସର ରୋଗରେ ପୀଡିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ନିକଟରେ ସେ କେଜିଏଫ୍‌ ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ସଞ୍ଜୟ ନିଜେ ସମସ୍ତ ଆକ୍ସନ ଓ ଷ୍ଟଣ୍ଟ ଦୃଶ୍ୟର ଶୁଟିଂ କରିଛନ୍ତି। ସଞ୍ଜୟଙ୍କ ସ୍ବାସ୍ଥ୍ୟବସ୍ଥାକୁ ଦେଖି ତାଙ୍କୁ ବଡି ଡବଲ ଦ୍ୱାରା ଉକ୍ତ ଦୃଶ୍ୟର ଶୁଟିଂ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏଥିପାଇଁ ସଞ୍ଜୟ ସିଧାସଳଖ ମନା କରିଦେଇଥିଲେ। ସେ ଦର୍ଶକଙ୍କୁ ଧୋକା ଦେବାକୁ ଚାହୁଁ ନ ଥିଲେ। ତେଣୁ ନିଜେ ସମସ୍ତ ଆକ୍ସନ ଓ ଷ୍ଟଣ୍ଟ ଦୃଶ୍ୟର ଶୁଟିଂ କରିଥିଲେ।

Share