ମୁମ୍ବାଇ, ୧୨।୮: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର। ସଞ୍ଜୟଙ୍କୁ ଫୁସ୍ଫୁସ୍ କର୍କଟ (କ୍ୟାନସର) ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଏହା ତୃତୀୟ ଷ୍ଟେଜ୍ରେ ଅଛି। ଏହାର ଚିକିତ୍ସା ପାଇଁ ସେ ଶୀଘ୍ର ବିଦେଶ ଯିବେ ବୋଲି ଜଣାପଡ଼ିଛି।
କିଛିଦିନ ତଳେ ସଞ୍ଜୟ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବାରୁ କୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାର ଦିନକ ପରେ ଘରକୁ ଫେରିଯାଇଥିଲେ। ତେବେ ମଙ୍ଗଳବାର ହସ୍ପିଟାଲ ଯିବା ପରେ ଫୁସ୍ଫୁସ୍ କର୍କଟ ବା ଲଙ୍ଗ କ୍ୟାନସର ହୋଇଥିବା ଜଣାପଡ଼ିଲା।
ସଞ୍ଜୟ ଟୁଇଟ୍କରି ନିଜ ପ୍ରଶଂସକଙ୍କୁ ସ୍ବାସ୍ଥ୍ୟ ଅସୁସ୍ଥ ଥିବା ଖବର ଦେଇଥିଲେ। ତାଙ୍କର ଚିକିତ୍ସା ହେବାର ଅଛି, ତେଣୁ ବିରତି ନେଉଥିବା ଲେଖିଥିଲେ। ସେ ଲେଖିଥିଲେ ଯେ, ପରିବାର ଏବଂ ବନ୍ଧୁଗଣ ମୋ ରହିତ ଅଛନ୍ତି। ମୋ ଶୁଭେଚ୍ଛୁମାନଙ୍କୁ ମଧ୍ୟ ଆହ୍ବାନ କରୁଛି ଅନାବଶ୍ୟକ ଭାବେ କିଛି ଆକଳନ କରନ୍ତୁ ନାହିଁ। ଆପଣମାନଙ୍କ ଭଲପାଇବା ଏବଂ ଶୁଭକାମନା ବଳରେ ମୁଁ ଖୁବ୍ ଶୀଘ୍ର ଫେରିବି ବୋଲି ସେ ଲେଖିଥିଲେ।
— Sanjay Dutt (@duttsanjay) August 11, 2020