ତାଞ୍ଜାନିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସଞ୍ଜୟ

ଡୋଡୋମା,୧୧ ।୧୧. ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ତାଞ୍ଜାନିଆର ପ୍ରଧାନମନ୍ତ୍ରୀ ମାଶିମ ମାଜାଲିୱାଙ୍କୁ ଭେଟିଛନ୍ତି । ଗୁରୁବାର ଅଭିନେତା ସଞ୍ଜୟ ଦତ୍ତ ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ତାଞ୍ଜାନିଆ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଉଥିବା ଦେଖାଯାଇଛି । ଫଟୋ ଅପଲୋଡ କରିବା ସହ ସଞ୍ଜୟ ଲେଖିଛନ୍ତି, ତାଞ୍ଜାନିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମୁ ବହୁତ ଖୁସି । ଏହାସହ ମୁଁ ତାଞ୍ଜାନିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସହଯୋଗ କରିବା ସହ ପର୍ଯ୍ୟଟନରେ ଇନଭେଷ୍ଟ କରିବା ମୋତେ ଆନନ୍ଦ ଦେଇଛି । ସେ ପୁଣିଥରେ ଖୁବଶୀଘ୍ର ତାଞ୍ଜାନିଆ ଯିବେ ବୋଲି ବି ଲେଖିଛନ୍ତି । ସୂଚନାଯୋଗ୍ୟ, ସଞ୍ଜୟ ଦତ୍ତ ଜାଞ୍ଜିବରର ଆମ୍ବାସଡର ନିଯୁକ୍ତ ହୋଇଛନ୍ତି ତାହା ତାଞ୍ଜାନିଆର ସେମି ଅଟୋନମସ ପାର୍ଟ ବା ଭାଗ ବୋଲି କହିଛନ୍ତି । ଗୋଟିଏ ଦିନ ପୂର୍ବରୁ ଅଭିନେତା ସଞ୍ଜୟ ଦତ୍ତ ଜାଞ୍ଜିବରର ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଓ ସହଯୋଗକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।

Share