ସଞ୍ଜୟଙ୍କ ଫଟୋ ଦେଖି ଦୁଃଖିତ ପ୍ରଶଂସକ

ମୁମ୍ବାଇ: ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଏବେ ଲଙ୍ଗସ୍ କ୍ୟାନସରରେ ପୀଡ଼ିତ ଅଛନ୍ତି । ଏବେ ସେ ଫୋର୍ଥ ଷ୍ଟେଜରେ ଥିବା ବେଳେ ମୁମ୍ବାଇରେ ତାଙ୍କର ଚିକିତ୍ସା ଚାଲିଛି । ତେବେ କେମୋ ଥେରାପି ପରେ ନିକଟରେ ସେ ପତ୍ନୀ ମାନ୍ୟତାଙ୍କ ସହ ପିଲାମାନଙ୍କ ପାଖକୁ ଦୁବାଇ ଚାଲି ଯାଇଥିଲେ । ଏବେ କିନ୍ତୁ ସେ ଦୁବାଇରୁ ପୁଣିଥରେ ମୁମ୍ବାଇ ଫେରି ଆସିଥିବା ଜଣାପଡିଛି । ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କ ଶରୀର ଖୁବ୍ ଦୁର୍ବଳ ଦେଖାଯାଉଛି । ତାଙ୍କ ଶରୀରର ଓଜନ ଯେ ଯଥେଷ୍ଟ କମ୍ ହୋଇ ଯାଇଛି ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ତେଣୁ ଏବେ ଯେ ସଞ୍ଜୟ ସୁସ୍ଥ ନାହାନ୍ତି ତାହା ସହଜରେ ଅନୁମାନ କରାଯାଇ ପାରୁଛି । ଆଉ ସଞ୍ଜୟଙ୍କର ଏହି ଫଟୋକୁ ଦେଖି ତାଙ୍କ ପ୍ରଶଂସକଙ୍କ ମନ ମଳିନ ପଡିଯାଇଛି । ଫଟୋଟି ହସ୍ପିଟାଲର ଜଣେ କର୍ମଚାରୀ ଉଠାଇଥିବା ବେଳେ ତାଙ୍କ ସହ ଜଣେ ମହିଳା ଡାକ୍ତର ମଧ୍ୟ ଦେଖାଯାଉଛନ୍ତି । ଏହାସହ ସଞ୍ଜୟ ହାତରେ ଏକ ମାସ୍କ ମଧ୍ୟ ଧରିଛନ୍ତି । ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ସେ କ୍ୟାନସରରେ ପୀଡ଼ିତ ହୋଇଥିବା ଖବର ନିଜେ ଦେଇଥିଲେ ।

Share