ଭାବପ୍ରବଣ ହେଲେ ସଞ୍ଜୟ

୬୦ ଦଶକର ଭେଟେରାନ ଅଭିନେତା ସୁନୀଲ ଦତ୍ତ ଏକରୁ ଅଧିକ ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ। ସୁନୀଲ ଦତ୍ତ ଆଜି ଏହି ଦୁନିଆରେ ନାହାଁନ୍ତି ସତ, ମାତ୍ର ତାଙ୍କର ଅଭିନୟ ପ୍ରଶଂସକଙ୍କ ହୃଦୟରେ ଏବେ ବି ସତେଜ ରହିଛି। ସେ ମୋ ୨୫, ୨୦୦୫ରେ ଦୁନିଆରୁ ବିଦାୟ ନେଇଥିଲେ। ପିତାଙ୍କ ପୁଣ୍ୟତିଥି ଅବସରରେ ସଞ୍ଜୟ ଦତ୍ତ ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଛନ୍ତି।
ସଞ୍ଜୟ ନିଜ ଇନଷ୍ଟାଗ୍ରାମରେ ପିତା ସୁନୀଲ ଦତ୍ତଙ୍କ ସହ ନିଜର ଏକ ଫଟୋ ଶେୟାର କରି ଲେଖିଛନ୍ତି, ତୁମେ ମୋତେ ସର୍ବଦା ମାର୍ଗଦର୍ଶନ ଓ ସୁରକ୍ଷା ଦେବା ପାଇଁ ସେଠାରେ ଥିଲ। ତୁମେ ଥିଲ ମୋ ଶକ୍ତି, ପ୍ରେରଣା ଏବଂ ସମର୍ଥକ… ତୁମେ ସବୁବେଳେ ମୋ ହୃଦୟରେ ରହିବ ପାପା, ମୁଁ ତୁମକୁ ସର୍ବଦା ମନେ ପକାଉଛି।
ସୁନୀଲ ଦତ୍ତଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ମୁନ୍ନା ଭାଇ ଏମ୍‌.ବି.ବି.ଏସ୍‌.’ ରେ ତାଙ୍କ ପୁଅ ସଞ୍ଜୟଙ୍କ ସହ ଦେଖିବାକୁ ମିଳିଥିଲା।

Share