‘ଚିକିତ୍ସା ନୁହେଁ, ମରିବାକୁ ଥିଲା ପସନ୍ଦ’

ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କ୍ୟାନସର୍‌ ଭଳି ଏକ ଗୁରୁତର ରୋଗ ସହ ଲଢି ଶେଷରେ ଜିତିଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ରୋଗକୁ ସେ କିପରି ପରାସ୍ତ କରିଛନ୍ତି ତାହା ଲୋକମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ଏବଂ ବର୍ତ୍ତମାନ ସେ ନିଜ ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ସଞ୍ଜୟ ନିଜକୁ କ୍ୟାନସର୍‌ ହେବା ଜାଣିବାପରେ ଏହାର ଚିକିତ୍ସା କରିବାକୁ ମନା କରିଦେଇଥିଲେ ଏବଂ କେମୋଥେରାପି ବଦଳରେ ମରିବାକୁ ଚାହୁଁଥିଲେ। ସଞ୍ଜୟ ଏପରି କାହିଁକି ଚାହୁଁଥିଲେ ତାହା ସେ ନିକଟରେ ଖୁଲାସା କରିଛନ୍ତି।
ଗତ ବର୍ଷ ସଞ୍ଜୟ ଦତ୍ତ ଫିଲ୍ମ ‘କେଜିଏଫ ୨’ରେ ନଜର ଆସିଥିଲେ। ଫିଲ୍ମରେ ଭିଲେନ ଭୂମିକାରେ ସଞ୍ଜୟ ଦତ୍ତ ତାଙ୍କର ଦୃଢ ଅଭିନୟ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ନିକଟରେ ଏକ କାର୍ଯ୍ୟକ୍ରମ ସମୟରେ ସଞ୍ଜୟ ତାଙ୍କ କ୍ୟାନସର ଯାତ୍ରା ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି- ଫିଲ୍ମ ‘କେଜିଏଫ ୨’ ଶୁୁଟିଂ ସମୟରେ ମୋ ପିଠିରେ ଯନ୍ତ୍ରଣା ହେଉଥିଲା। ଶୁଟିଂ ସମୟରେ ମୋତେ ଔଷଧ ଏବଂ ଗରମ ପାଣି ଆବଶ୍ୟକ ପଡୁଥିଲା। କିନ୍ତୁ ଦିନେ ମୋର ନିଃଶ୍ୱାସ ନେବାରେ ବହୁତ ଅସୁବିଧା ହେଲା ଏବଂ ତା’ପରେ ମୁଁ ହସ୍ପିଟାଲରେ ଯାଞ୍ଚ କରାଇଥିଲି। ପରେ ଜଣାପଡିଥିଲା ମୁଁ କ୍ୟାନସରରେ ରୋଗରେ ପୀଡିତ। ସେତେବେଳେ ମୁଁ କେମୋଥେରାପି ନେବାକୁ ଚାହୁଁ ନ ଥିଲି। ଔଷଧ ନୁହେଁ, କେବଳ ମରିବାକୁ ଚାହୁଁଥିଲି। ଆମ ପରିବାରରେ କ୍ୟାନସର ରୋଗର ପୁରୁଣା ଇତିହାସ ରହିଛି। କ୍ୟାନସର କାରଣରୁ ମା’ ନର୍ଗିସଙ୍କର ମୃତ୍ୟୁ ହୋଇଥିଲା। କେବଳ ଏତିକି ନୁହେଁ, ମୋର ପ୍ରଥମ ସ୍ତ୍ରୀ ରିଚା ଶର୍ମା ମଧ୍ୟ ସ୍ତନ କର୍କଟ କାରଣରୁ ଦୁନିଆକୁ ବିଦାୟ ଦେଇଥିଲେ। କିନ୍ତୁ କ୍ୟାନସର ରୋଗ ସମୟରେ ସ୍ତ୍ରୀ ମାନ୍ୟତା ଦତ୍ତ ଏବଂ ଭଉଣୀ ପ୍ରିୟା ଏବଂ ନମ୍ରତା ଦତ୍ତ ମୋତେ ବହୁତ ସମର୍ଥନ କରିଥିଲେ। ଏହି ଗୁରୁତର ରୋଗରେ ଜିତିବା ପାଇଁ ବାକି ଡାକ୍ତର ଦଳ ମୋତେ ବହୁତ ସାହାଯ୍ୟ କରିଥିଲେ।

Share