ସଞ୍ଜୟ ଦତ୍ତ ଚାହୁଁଥିଲେ କରିଥାଆନ୍ତେ ଅମିଶା ପଟେଲଙ୍କ କନ୍ୟାଦାନ

ମୁମ୍ବାଇ: ବଲିଉଡର ତିନୋଟି ବଡ ତାରକା ଆମୀର ଖାଁ, ସଲମାନ ଖାଁ ଏବଂ ସଞ୍ଜୟ ଦତ୍ତଙ୍କ ସହ କାମ କରିବାର ସୁଯୋଗ ପାଇଥିବା ଅମିଶା ପଟେଲ, ନିକଟରେ ହୋଇଥିବା ଏକ ସାକ୍ଷାତକାରରେ ସେ ପ୍ରତ୍ୟେକଙ୍କ ଉପରେ ନିଜର ଦୃଷ୍ଟିକୋଣ ସେୟାର କରିଛନ୍ତି। ସେ ଆମୀରଙ୍କୁ ବହୁତ ପ୍ରଫେସନାଲ ଏବଂ ଗମ୍ଭୀର ବୋଲି ବର୍ଣ୍ଣନା କରିଥିଲେ। ସଲମାନଙ୍କ ବିଷୟରେ ସେ କହିଛନ୍ତି ଯେ ସେ ତାଙ୍କୁ ସ୍ନେହରେ ତାଙ୍କୁ ଶରାରତି ଲଡକା ସବୁଠାରୁ ଭଲ ବନ୍ଧୁ ବୋଲି କହିଥିଲେ। ଦେବେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ନେଇ ଅମିଶାା ତାଙ୍କ ପରିବାର ବୋଲି ବିବେଚନା କରି ଅତି ନିକଟତମ ରିସ୍ତା ସେୟାର କରିଛନ୍ତି।
ନିଜ ୟଟ୍ୟୁବ ଚ୍ୟାନେଲରେ ସିଦ୍ଧାର୍ଥ କନ୍ନନଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅମିଶା ପଟେଲ ଆମୀର ଖାଁଙ୍କୁ ବହୁତ ପ୍ରଫେସନାଲ, ଅତି ବିଦ୍ଧିପୂର୍ଣ୍ଣ, ବହୁତ ଅଭ୍ୟାସଗତ ଏବଂ ଗଭୀର ବୋଲି କହିଥିଲେ। ସେ ତାଙ୍କୁ ଜଣେ ଅତି ସ୍ବତନ୍ତ୍ର ବ୍ୟକ୍ତି ବୋଲି ମଧ୍ୟ କହିଥିଲେ।
ତେବେ ସଞ୍ଜୟଙ୍କୁ ନେଇ ଅଭିନେତ୍ରୀ କହିଛନ୍ତି, ଗତ ପ୍ରାୟ ୨୦ ବର୍ଷ ହେବ ସେ ଅମିଶାଙ୍କ ପାଇଁ ଉପଯୁକ୍ତ ସାଥୀ ଖୋଜିବାକୁ ଚେଷ୍ଟା କରୁଛନ୍ତି। ଆଉ ସବୁବେଳେ ସେ କୁହନ୍ତି ଅମିଶା ସାଦାସିଧା, ସରଳ, ଏହି ଇଣ୍ଡଷ୍ଟ୍ରି ପାଇଁ ସେ ଠିକ୍‌। ହେଲେ ଯେତେବେଳେ ବି ସେ ବିବାହ କରିବ କନ୍ୟାଦାନ ମୁଁ କରିବି ବୋଲି ସଞ୍ଜୟ କୁହନ୍ତି।

Share