Categories: ଜାତୀୟ

ବମ୍ବେ ଡାଇଙ୍ଗ୍‌ ବିଜ୍ଞାପନରୁ ମାନେକା ଗାନ୍ଧୀଙ୍କୁ ଭଲ ପାଇ ବସିଥିଲେ ସଞ୍ଜୟ ଗାନ୍ଧୀ

ନୂଆଦିଲ୍ଲୀ,୧୪।୧୨: ସଞ୍ଜୟ ଗାନ୍ଧୀଙ୍କ ୭୪ତମ ଜୟନ୍ତୀ ସୋମବାର ପାଳିତ ହେଉଛି। ଏନେଇ ମାନେକା ଗାନ୍ଧୀ ଏବଂ ବରୁଣ ଗାନ୍ଧୀଙ୍କ ସମେତ ବହୁ ରାଜନେତା ଶାନ୍ତିବନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ୧୯୪୬ ଡିସେମ୍ବର ୧୪ରେ ସଞ୍ଜୟଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା। ସଞ୍ଜୟ-ମାନେକାଙ୍କ ଭଲ ପାଇବା ନେଇ ଏକ ରୋଚକ କାହାଣୀ ରହିଛି। ବିବାହ ପୂର୍ବରୁ ମାନେକା ମଡ଼େଲ ଭାବେ କାମ କରୁଥିଲେ। ବମ୍ବେ ଡାଇଙ୍ଗ୍‌ର ଏକ ବିଜ୍ଞାପନରେ ୧୭ ବର୍ଷ ବୟସରେ ସେ କାମ କରିଥିଲେ। ଏହି ବିଜ୍ଞାପନ ଦେଖି ସଞ୍ଜୟ ଗାନ୍ଧୀ ମାନେକାଙ୍କୁ ଭଲ ପାଇବସିଥିଲେ। ଦୁହିଁଙ୍କ ମଧ୍ୟରେ ବୟସ ପାର୍ଥକ୍ୟ ୧୦ ବର୍ଷ ଥିଲା। ୧୯୭୩ ଡିସେମ୍ବର ୧୪ରେ ଦୁହିଁଙ୍କ ସାକ୍ଷାତ୍‌ ମାନେକାଙ୍କ ସମ୍ପର୍କୀୟ ଭଉଣୀଙ୍କ ବିବାହ ଉତ୍ସବରେ ହୋଇଥିଲା। ଏହାପରେ ୧୯୭୪ ସେପ୍ଟେମ୍ବର ୨୩ରେ ସଞ୍ଜୟ-ମାନେକାଙ୍କ ବିବାହ ହୋଇଥିଲା। ବିବାହର ୬ ବର୍ଷ ପରେ ୧୯୮୦ ଜୁନ୍‌ ୨୩ରେ ଏକ ବିମାନ ଦୁର୍ଘଟଣାରେ ସଞ୍ଜୟଙ୍କ ମୃତ୍ୟୁ ଘଟିଥିଲା।

Share