ମୁମ୍ବାଇ: ‘ଗଦର ୨’ର ଅଭିନେତ୍ରୀ ଅମିଶା ପଟେଲ ନିକଟରେ ଏକ ସାକ୍ଷାତକାରରେ ଅଭିନେତା ସଞ୍ଜୟ ଦତ୍ତଙ୍କ ବିଷୟରେ କିଛି କହିଛନ୍ତି। ସଞ୍ଜୟ ତାଙ୍କ ପାଇଁ ୨୦ ବର୍ଷ ହେବ ଉପଯୁକ୍ତ ସାଥୀ ଖୋଜୁବାକୁ ଚେଷ୍ଟା କରୁଛନ୍ତି। ଏଥିସହ ଅମିଶା ସାଦା ସିଧା, ସରଳ, ଏହି ଇଣ୍ଡଷ୍ଟ୍ରି ପାଇଁ ସେ ଠିକ ବୋଲି ସଞ୍ଜୟ କୁହନ୍ତି। ହେଲେ ଯେତେବେଳେ ଅମିଶା ବିବାହ କରିବେ, ତାଙ୍କ କନ୍ୟାଦନ ସଞ୍ଜୟ କରିବାକୁ ଚାହାନ୍ତି ବୋଲି ଅମିଶା କହିଛନ୍ତି। ତେବେ ଅମିଶା ଅଭିନୀତ ଗଦର ୨ ଏବେ ୫୦୦ କୋଟି କ୍ଲବରେ ପହଞ୍ଚି ଦର୍ଶକଙ୍କ ହୃଦୟକୁ ଜିତି ପାରିଛି।