Categories: ଜାତୀୟ

ସଞ୍ଜୟଙ୍କ ମନରେ ନାହିଁ ପଶ୍ଚାତାପ: ଜେଲ୍‌ର କାଳକୋଠରୀ ଭିତରେ ହସୁଛନ୍ତି ରାକ୍ଷାସ ହସ

କୋଲକାତା,୨୪।୮: କୋଲକାତାର ଆରଜି କର ମେଡିକାଲ କଲେଜର ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଚରିତ୍ର ପଦାରେ ପଡ଼ିଲାଣି ସିବିଆଇ ଅଧିକାରୀଙ୍କ କହିବା ଅନୁସାରେ, ସଞ୍ଜୟ ଜଣେ ବିକୃତ ମାନସିକତାର ବ୍ୟକ୍ତି । ଯାହାର ଅଭ୍ୟାସ ଥିଲା ପର୍ଣ୍ଣ ଭିଡିଓ ଦେଖିବା ।
ତେବେ ବଳାତ୍କାର ଓ ହତ୍ୟା ଘଟଣା ଭଳି ଉନ୍ମତ୍ତ କାଣ୍ଡ ଘଟାଇବା ପରେ ମଧ୍ୟ ତାର କୌଣସି ପଶ୍ଚାତାପ ନାହିଁ । ସଞ୍ଜୟର ମୋବାଇଲରୁ ଅନେକ ଅଶ୍ଳୀଳ ଭିଡିଓ ମିଳିଛି । ସେ ଛୋଟରୁ ଛୋଟ ଘଟଣା କହିବା ସହ କେମିତି ଅପରାଧ ଘଟାଇଛି ସେ ସବୁ କଥାକୁ କହିଛି । ଆଗରୁ ମଧ୍ୟ ସଞ୍ଜୟ ଅନେକ ମହିଳାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲା
ସେ ୪ ଜଣ ଯୁବତୀଙ୍କୁ ବାହା ହୋଇଥିଲେ। ଶୋଷ ମେଣ୍ଟିଯିବା ପରେ ସେମାନଙ୍କୁ ଅଧାବାଟରେ ଛାଡ଼ି ଦେଇଥିଲା । ଖାଲି ସେତିକି ନୁହେଁ, ସ୍ୱାର୍ଥ ମେଣ୍ଟିଯିବା ପରେ ସମସ୍ତଙ୍କୁ ପ୍ରବଳ ମାଡ଼ ମାରି ଲହୁ ଲୁହାଣ କରିଥିଲା । ଏମିତିକି ତା’ର ୪ର୍ଥ ସ୍ତ୍ରୀ ଗର୍ଭବତୀ ଥିବା ସମୟରେ ତାକୁ ମାଡ଼ ମାରି ଲହୁଲୁହାଣ କରିଥିଲା । ସେ ପୋଲିସ ନିକଟରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ତା’କୁ ଗିରଫ କରି ନ ଥିଲା ।
ବର୍ତ୍ତମାନ ସବୁ ପାପର .ପୋଥି ନିଜ ମୁହଁରେ କହୁଛି ସଞ୍ଜୟ । ନିଜ କୁକର୍ମର ଗୋଟି ଗୋଟି କାହାଣୀ ସିବିଅଆଇକୁ ଜଣାଉଛି। ଚାରିଆଡେ ଏହାକୁ ନେଇେ ନିଆଁ ଜଳୁଥିବା ବେଳେ, ସଞ୍ଜୟଙ୍କୁ ଫାଶୀ ଦଣ୍ଡ  ନାରା ଦିଅଆଯାଉଛି। ତେବେ ଏ ନେଇ ନା ଅଛି
ତାଙ୍କ ମନରେ ଦୁଃଖ, ନା ପଶ୍ଚାତାପ, ଏବେ ବି ସେ ଜେଲର ଚାରି କାନ୍ଥ ଭିତରେ ରାକ୍ଷସର ହସ ହସୁଛି ।  ଜେଲରେ ମଟନ ଏବଂ ରୋଟି  ଖାଉଛି।
କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଅଭିଯୋଗରେ ସଞ୍ଜୟ ରୟ ବର୍ତ୍ତମାନ ଜେଲରେ ଅଛନ୍ତି। ସଞ୍ଜୟ ରୟଙ୍କୁ କୋଲକାତାର ପ୍ରେସିଡେନ୍ସି ଜେଲରେ ସେଲ ନମ୍ବର ୨୧ ରେ ରଖାଯାଇଛ। କୁହାଯାଉଛି ଯେ ସଞ୍ଜୟଙ୍କୁ ଗତକାଲି ରାତିରେ ଜେଲରେ ମଟନ ଏବଂ ରୋଟି ଖାଇବାକୁ ଦିଆଯାଉଛି। ସୂଚନାନୁସାରେ, ସିବିଆଇ ଟିମ କୋଲକାତାର ପ୍ରେସିଡେନ୍ସି ଜେଲରେ ତାଙ୍କର ପଲିଗ୍ରାଫ ଟେଷ୍ଟ କରୁଛି। ସିସିଟିଭି ଫୁଟେଜରେ ସଞ୍ଜୟ ରୟ ହତ୍ୟାକାଣ୍ଡର ସକାଳ ୪ଟାରେ ଆର୍‌.ଜି କର ମେଡିକାଲ କଲେଜରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ସଞ୍ଜୟ ରୟ ଏ ପର୍ଯ୍ୟନ୍ତ ସିବିଆଇ ପଚରାଉଚରାରେ କୌଣସି ବିଶେଷ ରହସ୍ୟ ପ୍ରକାଶ କରି ନାହାଁନ୍ତି।
Share