Categories: ଜାତୀୟ

୪ଜଣଙ୍କୁ ବିବାହ କରିଛନ୍ତି ସଞ୍ଜୟ, ପୁଅଝିଅ ଥିବା…କୋଲକାତା ଅଭିଯୁକ୍ତଙ୍କ ଫ୍ୟାମିଲ ଲାଇଫ୍‌ ଜାଣି ସିବିଆଇ ତାଜୁବ

କୋଲକାତା,୨୩।୮: କୋଲକାତାର ବିଭତ୍ସ ଘଟଣାକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଜନତା ସୋସିଆଲ ମିଡିଆରେ ବିରୋଧ କରିବା ସହ ରାଜରାସ୍ଥାକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ କୋଲକାତା ଅଭିଯୁକ୍ତଙ୍କର ପାରାବାରିକ ଜୀବନ ଉପରେ ଏମିତି କିଛି ଜଣାପଡିଛି ଯାହାକୁ ଶୁଣି ତାଜୁବ ହୋଇଯିବେ।

ଆରଜିକର ମେଡିକାଲ ବଳାତ୍କାର ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସଞ୍ଜୟ ୪ଜଣଙ୍କୁ ବିବାହ କରିଛନ୍ତି। ଯାହାକୁ ଶୁଣି ସିବିଆଇ ବି ତାଜୁବ ହୋଇ ଯାଇଛି। ସଞ୍ଜୟଙ୍କ ପ୍ରଥମ ବିବାହ ବହୁତ କମ୍‌ ବୟସରେ ହୋଇଥିଲା। କିଛି ରିପୋର୍ଟରେ ଜଣାପଡିଛି ଯେ ତାଙ୍କର ସନ୍ତାନ ଅଛନ୍ତି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତଦନ୍ତବେଳେ ଆହୁରି ଜଣାପଡିଛି ଯେ, ସଞ୍ଜୟ ୪ଜଣଙ୍କୁ ବିବାହ କରିଛନ୍ତି। କିନ୍ତୁ ତାଙ୍କର ଏପରି କଦର୍ଯ୍ୟ ବ୍ୟବହାର ଯୋଗୁ ୩ଜଣ ଅଲଗା ହୋଇ ଯାଇଛନ୍ତି। ୪ର୍ଥ ସ୍ତ୍ରୀଙ୍କ ଗତବର୍ଷ କ୍ୟାନସରରେ ମୃତ୍ୟୁ ହୋଇଛି। ସଞ୍ଜୟ ରୟଙ୍କ ପରିବାର କହିଲେ କେବଳ ତାଙ୍କର ମାଆ। କିନ୍ତୁ ସେ ଏକାଠି ରହୁ ନାହାନ୍ତି।

Share