Categories: ଜାତୀୟ

ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି ମୁଖ୍ୟମନ୍ତ୍ରୀ

ପାଟନା, ୨୮।୦୬: ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ ମୁଖ୍ୟ ନୀତୀଶ କୁମାର ରାଜ୍ୟସଭା ଏମ୍‌ପି ସଞ୍ଜୟ ଝାଙ୍କୁ ବଡ଼ ଦାୟିତ଼୍ବ ଦେଇପାରନ୍ତି । ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ କରିବା ପାଇଁ ଯୋଜନା ହେଉଥିବା ଶୁଣାଯାଉଛି । ନୀତୀଶ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ରହିଥିବା ସଞ୍ଜୟ ପ୍ରଥମ କରି ରାଜ୍ୟ ସଭା ଯାଇଛନ୍ତି । ରାଜ୍ୟ ସଭାରେ ତାଙ୍କୁ ଜେଡିୟୁର ସଂସଦୀୟ ଦଳର ନେତା ନିର୍ବାଚିତ କରାଯାଇଛି ।

ଶନିବାର ନୀତୀଶ କୁମାର ଦିଲ୍ଲୀରେ ଦଳର କାର୍ଯ୍ୟକାରିଣୀ ବୈଠକ ଡକାଇଛନ୍ତି । ସୂତ୍ର ଅନୁସାରେ, ସଞ୍ଜୟ ଝାଙ୍କୁ ଜେଡିୟୁର ଦ଼୍ବିତୀୟ ମୁଖ୍ୟ ଭାବେ ଚୟନ କରାଯାଇପାରେ । ନୀତୀଶ କୁମାରଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତା ବୈଠକ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି । ଶନିବାର ବୈଠକରେ ଦଳର ସମସ୍ତ ଏମ୍‌ପି, ମନ୍ତ୍ରୀ, ଦଳର ମୁଖ୍ୟ ଏବଂ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଯୋଗଦେବେ । କୁହାଯାଉଛି ନୀତୀଶଙ୍କୁ ଏନ୍‌ଡିଏରେ ସାମିଲ୍‌ କରିବା ପାଇଁ ସଞ୍ଜୟ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Share