ସାଉଥ ମୁଭିରେ ଡେବ୍ୟୁ କରିବେ ଶନାୟା କପୁର

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ସାଉଥ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଲେଣି। ରିପୋର୍ଟ ଅନୁଯାୟୀ, ସେ ମୋହନଲାଲଙ୍କ ମୁଭି ବୃଷଭାରେ ତାଙ୍କର ସାଉଥ ହେବ୍ୟୁ କରିବେ। ଏକତା କପୁରଙ୍କ ଏହି ମୁଭିକୁ କନ୍ନଡ ଡିରେକ୍ଟର ନନ୍ଦା କିଶୋର ନିର୍ଦ୍ଦେଶନା ଦେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ମୁଭିରେ ଶନାୟାଙ୍କୁ ଏକ ମୁଖ୍ୟ ଚରିତ୍ର ମିଳିଛି।
ଇଣ୍ଡିଆ ଟୁଡେ ଡଟ ଇନକୁ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଏହି ମୁଭି ଜଣେ ପିତା ଓ ପୁତ୍ରୀର ସମ୍ପର୍କକୁ ନେଇ ନିର୍ମାଣ କରାଯାଇଛି। ଏଥିରେ ଶାୟନାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ରହିଛି। ଏହା ଏକ ପିରିୟଡିକ ମୁଭି। ଫିଲ୍ମର କାହାଣୀ ପାଷ୍ଟ ଓ ପ୍ରେଜେଣ୍ଟକୁ ନେଇ ଗତି କରୁଛି। ଫିଲ୍ମରେ ଶନାୟାଙ୍କ ରୋଲ ଗ୍ଲାମରସ ଓ ଫରଫରମାନ୍ସ ଓରିଏଣ୍ଟେଡ ହେବ। ଏହା ଏକ ହାଇ ଅକ୍ଟେନ ଆକ୍ସନ ଡ୍ରାମା ମୁଭି।
କୁହାଯାଉଛି କି ‘ବୃଷଭା’ର କାହାଣୀ ତେଲଗୁ ସୁପରହିଟ ମୁଭି ମଗଧିରା ସହ ସାମଞ୍ଜସ୍ୟ ରହିଛି। ସୂଚନାଯୋଗ୍ୟ, ମଗଧିରା ହେଉଛି ପପୁଲାର ଡାଇରେକ୍ଟର ଏସଏସ ରାଜମୌଳିଙ୍କ ମୁଭି। ବୃଷଭାର କାହାଣୀ ଭଲପାଇବା ଓ ପ୍ରତିଶୋଧକୁ ନେଇ ନିର୍ମାଣ କରାଯାଇଛି। ଏଥିରେ ରୋଶମ ମେକା, ଗରୁଡା ରାମ ଓ ଶ୍ରୀକାନ୍ତଙ୍କ ଭଳି ଷ୍ଟାର ରହିଛନ୍ତି।

Share