ଡେବ୍ୟୁ କରିବା ପୂର୍ବରୁ ଚର୍ଚ୍ଚାରେ ସଞ୍ଜୟ କପୁରଙ୍କ ଝିଅ

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । କଥା ହେଲା ସେ ଏକ ବ୍ରାଣ୍ଡ ନ୍ୟୁ ଲକଜରି ଅଡି କ୍ୱି୭ ଗାଡି କ୍ରୟ କରିଛନ୍ତି । ଯାହାର ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିବା ପରେ ଏବେ ଏହା ଭାଇରାଲ ହେବାରେ ଲାଗିଛି । ଗାଡିଟିର ଦାମ୍ ୮୦ ଲକ୍ଷ ବୋଲି କୁହାଯାଉଛି । ଏହା ଦୁଇଟି ଭାରିଏଣ୍ଟରେ ଆସୁଥିବା ବେଳେ ଏହାର ଦାମ ୮୦-୮୮ ଲକ୍ଷ ମଧ୍ୟରେ ରହିଛି । ଫଟୋରେ ଶନାୟା ହ୍ୱାଇଟ ଟପରେ ନଜର ଆସିଥିବା ବେଳେ ପିତା ସଞ୍ଜୟ କପୁର ଓ ମାଆ ମହିପ କପୁରଙ୍କ ସହ ପୋଜ ଦେଉଥିବା ଦେଖାଯାଇଛି । ଏହାର କିଛି ଫଟୋ ଶେୟାର କରି ଶନାୟା ଲେଖିଛନ୍ତି, ଏବେ କ୍ୱି୭ ଅଡିର ମାଲିକାଣୀ ହେଉଛନ୍ତି ସଞ୍ଜୟ କପୁରଙ୍କ ଝିଅ ଶନାୟା । ସେ ବ୍ଲାକ କଲର ପ୍ରିମିୟମ ମଡେଲ କିଣିଥିବା ବେଳେ ଏହାର ମୂଲ୍ୟ ରହିଛି ୮୦ ଲକ୍ଷ ଟଙ୍କା ।
କରନ ଜୋହରଙ୍କ ଫିଲ୍ମ ‘ବେଧଡକ’ରେ ଶନାୟା ଡେବ୍ୟୁ କରିବାକୁ ଯାଉଥିବା ବେଳେ ଏବେ କିନ୍ତୁ ସେ ତାଙ୍କ ଗାଡିକୁ ନେଇ ଆସିଯାଇଛନ୍ତି ଚର୍ଚ୍ଚାକୁ । ଆଗାମୀ ଦିନରେ ସେ କରନ ଜୋହରଙ୍କ ଫିଲ୍ମ ବେଧଡକରେ ନଜର ଆସିବେ ।

Share