ସଞ୍ଜୟ ଲିଲା ଭଂସାଲି କରୋନା ପଜିଟିଭ୍‌

ମୁମ୍ବାଇ,୯।୩: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ଭଂସାଲିଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ସେ ଗଙ୍ଗୁବାଈ କାଠିଆଓ୍ବାଡ଼ି ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ତେବେ ଏବେ ଫିଲ୍ମ ଶୁଟିଂ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁମ୍ବାଇ ଫିଲ୍ମ ସିଟିରେ ଏହାର ଶୁଟିଂକୁ ବନ୍ଦ କରି ଦିଆଯାଇଛି। ନମୁନା ରିପୋର୍ଟ କରୋନା ପଜିଟିଭ୍‌ ଆସିବା ପରେ ସଞ୍ଜୟ ଘରେ ନିଜକୁ କ୍ୱାରାଣ୍ଟାଇନ୍‌ରେ ରଖିଛନ୍ତି।

Share