କୋରାପୁଟ,୫ା୧୨(ଅମିତାଭ ବେହେରା): କୋରାପୁଟ ମାଟିର ପୁଅ କର୍ଣ୍ଣେଲ ସଞ୍ଜୟ ମହାନ୍ତି ଭାରତୀୟ ସେନାରେ ବ୍ରିଗେଡିୟର ଭାବେ ପଦୋନ୍ନତି ପାଇବା ପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦନ ବିଭାଗ ହାଇଦ୍ରାବାଦ ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଛନ୍ତି ଏବଂ ସମସ୍ତ ପ୍ରତିରକ୍ଷା ଉପକରଣ ଏବଂ ଷ୍ଟୋର୍ଗୁଡ଼ିକର ଗୁଣବତ୍ତା ନିଶ୍ଚିତତା ପାଇଁ ଦାୟିତ୍ୱ ନ୍ୟସ୍ତ ଅଛନ୍ତି। ସେ କୋରାପୁଟ ଜିଲା ଡୁମୁରିପୁଟର ପଦ୍ମପୁର ଗ୍ରାମର ଅଟନ୍ତି। ସଞ୍ଜୟ ପଦୋନ୍ନତି ପାଇ ବର୍ତ୍ତମାନ ବ୍ରିଗେଡିୟର ପଦରେ ଅବସ୍ଥାପିତ ହୋଇଛନ୍ତି। ଏହି ପଦରେ ଅବସ୍ଥାପିତ ହୋଇ କୋରାପୁଟ ଜିଲା ତଥା ଓଡ଼ିଶାର ନାଁ ରଖିଛନ୍ତି। ତାଙ୍କ ପିତା ମଧ୍ୟ ପଦ୍ମପୁର ନିବାସୀ ନାରାୟଣ ମହାନ୍ତି ତଥା ଓଡ଼ିଶାର ପ୍ରଥମ ଲେଫ୍ଟେନାନ୍ଟ ଜେନେରାଲ ଭାବରେ ଅବସ୍ଥାପିତ ହୋଇ ଅବସର ଗ୍ରହଣ କରିଥିଲେ। ଏବେ ବ୍ରିଗେଡିୟର ସଞ୍ଜୟ ବ୍ରିଗେଡିୟର ପଦରେ ଅବସ୍ଥାପିତ ହୋଇ ନିଜ ଗାଁ ଡୁମୁରିପୁଟ ଅଞ୍ଚଳ ତଥା କୋରାପୁଟ ଜିଲାକୁ ସୁନାମ ଆଣିଛନ୍ତି। ମହାନ୍ତି (ବର୍ତ୍ତମାନ ବିଗ୍ରେଡିୟର ସଞ୍ଜୟ ମହାନ୍ତି) ପ୍ରତିରକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ସାମରିକ ବିଭାଗର ଉଚ୍ଚ ପଦବୀ ବ୍ରିଗେଡିୟରକୁ ପଦୋନ୍ନତି ପାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀଗୁଡ଼ିକର ଶାସନ ଭାର ଗ୍ରହଣ କରିଛନ୍ତି। ବର୍ତ୍ତମାନ ସାମରିକ ବିଭାଗ ଡିଜିକ୍ୟୁଏ ହାଇଦ୍ରାବାଦଠାରେ ଅବସ୍ଥାପିତ ହୋଇଛନ୍ତି। ସେ ଭାରତୀୟ ସେନାର ସର୍ବୋତ୍ତମ ପରମ୍ପରା ସହିତ ଆମର ମହାନ ଦେଶର ପ୍ରତିରକ୍ଷା ପାଇଁ ସେବା କରୁଛନ୍ତି। ଏଥିପାଇଁ ତାଙ୍କୁ ନିଜର ଜନ୍ମମାଟି କୋରାପୁଟ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।