Categories: ଜାତୀୟ

ଆସନ୍ତା ୧୫ ଦିନରେ ଭାଙ୍ଗିଯିବ ଶିନ୍ଦେ-ଫଡନବିଶ ସରକାର: ସଞ୍ଜୟ ରାଉତ

ମୁମ୍ବାଇ,୨୩।୪: ଉଦ୍ଧବ ଠାକରେ ରବିବାର ଜଲଗାଓଁ ଜିଲାର କଚୋରାରେ ଜନସଭା କରିବେ। ଇତିମଧ୍ୟରେ ଠାକରେ ଗ୍ରୁପର ଏମପି ସଞ୍ଜୟ ରାଉତ ଏକ ବଡ ବୟାନ ଦେଇଛନ୍ତି। ସଞ୍ଜୟ ଦାବି କରିଛନ୍ତି କି ମହାରାଷ୍ଟ୍ରରେ ଶିନ୍ଦେ-ଫଡନବିସ ସରକାର ଆସନ୍ତା ୧୫ ଦିନରେ ଭାଙ୍ଗିଯିବ। ରାଉତ କହିଛନ୍ତି ଏହି ସରକାରଙ୍କ ‘ଡେଥ ଓ୍ବାରଣ୍ଟ’ ଜାରି ହୋଇ ସାରିଛି। ରାଉତଙ୍କ ଏହି ବୟାନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି।
ଏହାକୁ ନେଇ ରାଉତ କହିଛନ୍ତି ସମସ୍ତେ ନିଜ ନିଜର ଗଣିତ ପ୍ରକାଶ କରୁଛନ୍ତି। ହେଲେ ଆମେ ଫଳାଫଳକୁ ଅପେକ୍ଷା ରଖିଛୁ। ରାଉତ କହିଛନ୍ତି ମୁଖ୍ୟମନ୍ତ୍ରୀ ଓ ସେମାନଙ୍କର ୪୦ ଜଣଙ୍କର ବର୍ତ୍ତମାନ ସୁଦ୍ଧା ଯେଉଁ ହୁକୁମତ ରହିଛି, ଏହା ଆସନ୍ତା ୧୫ରୁ ୨୦ ଦିନରେ ଭାଙ୍ଗିଯିବ। ମୁଁ ପୂର୍ବରୁ ଥରେ କହିଥିଲି କି ଫେବୃୟାରୀ ସୁଦ୍ଧା ସରକାର ଭାଙ୍ଗିଯିବ। ହେଲେ କୋର୍ଟଙ୍କ ନିଷ୍ପତ୍ତି ବିଳମ୍ବରେ ଆସିଛି। ହେଲେ ଏହି ସରକାର ତିଷ୍ଠିବ ନାହିଁ। ଏହି ସରକାରଙ୍କ ‘ଡେଥ ଓ୍ବାରଣ୍ଟ’ ଜାରି ହୋଇସାରିଛି। ଏବେ ଏହା ସ୍ଥିର ହୋଇଛି ଯେ କିଏ ଓ କେତେବେଳେ ହସ୍ତାକ୍ଷର କରିବେ।

Share