ନୂଆଦିଲ୍ଲୀ,୨୧।୭: ଶିବସେନା(ୟୁଟିବି)ଏମପି ସଞ୍ଜୟ ରାଉତ ମଣିପୁର ଭାଇରାଲ ଭିଡିଓକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କି ମଣିପୁର ହିଂସାକୁ ନେଇ ଅନ୍ତରାଷ୍ଟ୍ରୀୟ ମଞ୍ଚରେ ଚର୍ଚ୍ଚା ହେଉଛି, ହେଲେ ଆମ ପାର୍ଲାମେଣ୍ଟରେ ନୁହେଁ। ଆପଣ ମଣିପୁରର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ କାହିଁକି କଥା ହେଉ ନାହାନ୍ତି ବୋଲି ବି ସେ ପ୍ରଶ୍ନ କରିଛନ୍ତି। ନିର୍ଭୟା ମାମଲାରେ ଭାଜପା ତତକାଳୀନ ସରକାରଙ୍କୁ ହଲାଇ ଦେଇଥିଲା, ହେଲେ ଏବେ ଦୁଇ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାରେ ଏମାନେ କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ବୋଲି ରାଉତ କହିଛନ୍ତି।