Posted inଜାତୀୟ

ବର୍ଷିଲେ ସଞ୍ଜୟ: କହିଲେ…ଅଟଳ ବିହାରୀ ବି PM ହୋଇଥିଲେ ଏମରଜେନ୍ସିଂ ଲଗାଇଥାନ୍ତେ, RSS ଦେଇଥିଲା ସମର୍ଥନ

ନୂଆଦିଲ୍ଲୀ,୧୩।୭: କେନ୍ଦ୍ର ସରକାର ଜୁନ ୨୫କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ମାମଲାକୁ ନେଇ ରାଜନୀତି ସରଗରମ ରହିଛି। ଶିବସେନା ନେତା ସଞ୍ଜୟ ରାଉତ ଭାଜପା ପାଖରେ ଆଉ କୌଣସି କାମ ନାହିଁ। ୫୦ ବର୍ଷ ବିତି ସାରିଛି, ଲୋକେ ଜରୁରୀକାଳୀନ ପରିସ୍ଥିତିକୁ ଭୁଲି ସାରିଛନ୍ତି ବୋଲି କଟାକ୍ଷ କରିଛନ୍ତି।

କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଭାରତରେ ଜରୁରୀକାଳୀନ ପରିସ୍ଥିତି‘ଏମରଜେନ୍ସିଂ’ କାହିଁକି ଲଗାଯାଇଥିଲା? କିଛି ଲୋକ ଦେଶରେ ଅରାଜକତା ବଢ଼ାଇବାକୁ ଚାହୁଁଥିଲେ। ରାମଲୀଳା ମଇଦାନରେ ଆମ ଯବାନଙ୍କୁ ସରକାରଙ୍କ ଆଦେଶ ପାଳନ ନ କରିବାକୁ ଖୋଲାଖୋଲି ଭାବେ ଘୋଷଣା କରାଯାଇଥିଲା। ପୋଲିସ ଫୋର୍ସକୁ ସରକାରୀ ଆଦେଶ ପାଳନ ନ କରିବାକୁ କୁହାଯାଉଥିଲା। ଏଭଳି ସ୍ଥିତିରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ ବି ଏମରଜେନ୍ସିଂ ଲଗାଇଥାନ୍ତେ। ଏହା ଜାତୀୟ ସୁରକ୍ଷା ବିଷୟ ଥିଲା, କିଛି ଲୋକ ଦେଶରେ ବୋମା ପ୍ରସ୍ତୁତ କରୁଥିଲେ। ସ୍ଥାନେ ସ୍ଥାନେ ବୋମା ବିସ୍ଫୋରଣ ହେଉଥିଲା। ଏକଥା ସମସ୍ତେ ଜାଣନ୍ତି। ଅମିତ ଶାହାଙ୍କୁ ଏମରଜେନ୍ସିଂ କ’ଣ ଜଣାନାହିଁ। ନକଲି ଶିବସେନା ସହ ମିଶି ସେମାନେ ଯେଉଁ ବାଲାସାହେବଙ୍କ ଗୁଣଗାନ କରୁଛନ୍ତି, ସେ ମଧ୍ୟ ସେତେବେଳେ ଏହାକୁ ଖୋଲାଖୋଲି ସମର୍ଥନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କୁ ସମର୍ଥନ ଦେଇ ସେ ମୁମ୍ବାଇରେ ସ୍ବାଗତ କରିଥିଲେ। ଆର୍‌ଏସ୍‌ଏସ୍‌ ମଧ୍ୟ ଜରୁରୀକାଳୀନ ପରିସ୍ଥିତିର ସମର୍ଥନ କରିଥିଲା ବୋଲି ସେ କହିଛନ୍ତି।

ଏହାଛଡ଼ା ଲୋକଙ୍କ ଧ୍ୟାନ ହଟାଇବାକୁ ଏଭଳି ପ୍ରଚେଷ୍ଟା ଚାଲିଛି। ୧୦ ବର୍ଷର ପ୍ରତ୍ୟେକ ଦିନ ସମ୍ବିଧାନ ହତ୍ୟା ଦିବସ ଭାବେ ପାଳନ କରାଯିବ। ଏମିତି ଗୋଟିଏ ବି ଦିନ ନାହିଁ ଯେତେବେଳେ ଗଣତନ୍ତ୍ରର ରକ୍ଷା ହୋଇଛି। ଯେଉଁଭଳି ଭାବେ ଆଇନବ୍ୟବସ୍ଥାର ପ୍ରହସନ, ଦୁର୍ନୀତି, ଅରାଜକତା ଏହି ଦେଶରେ ବଢ଼ିଛି, ତେବେ ପ୍ରତି ଦିନ ସମ୍ବିଧାନର ହତ୍ୟା ହୋଇଛି। ଏହି କାରଣରୁ ଦେଶ ତାଙ୍କୁ ବହୁମତ ଦେଇନାହିଁ ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…

ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍‌ ବୁଝାମଣାକୁ...

ବନ୍ଦ ହୋଇଯିବ ସମସ୍ତ ମାଗଣା ସରକାରୀ ଯୋଜନା! ମାଗଣାରେ ମିଳୁଥିବା ରାଶନ ବି….

ନୂଆଦିଲ୍ଲୀ, ୨୩।୧୦: ଦିପାବଳୀ ପୂର୍ବରୁ ସମସ୍ତଙ୍କୁ ଝଟ୍‌କା ଦେବାଭଳି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହଁ, ଯଦି ଏହା ଠିକ୍‌ ତେବେ ଶୀଘ୍ର ସମସ୍ତ ମାଗଣା...

ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର

ନୂଆଦିଲ୍ଲୀ,୨୩।୧୦: ସକାଳୁ ସକାଳୁ ଏକ ବିସ୍ଫୋରଣ ରାଜଧାନୀ ଦିଲ୍ଲୀକୁ ଥରାଇ ଦେଇଛି। ବୁଧବାର ସକାଳେ ଦିଲ୍ଲୀର ବସନ୍ତ କୁଞ୍ଜରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା।...

କଂଗ୍ରେସକୁ ବଡ଼ ଅଫର୍‌ ଦେଲେ ଅଖିଳେଶ: ସମାଧାନ ହୋଇଯିବ କଳି

ଲକ୍ଷ୍ନୌ,୨୩।୧୦: ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନରେ ଆସନ ବାଣ୍ଟିବା ନେଇ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏପର୍ଯ୍ୟନ୍ତ ଏକମତ ହୋଇନାହିଁ। ଦୁଇ ଦଳ ମଧ୍ୟରେ କ୍ରମାଗତ...

୫ ବର୍ଷ ପରେ ମହାଁମୁହିଁ ହେବେ ମୋଦି-ଜିନ୍‌ପିଙ୍ଗ: ଦେଖିବ ସାରା ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ ରୁଷର କଜାନରେ ଆୟୋଜିତ ହେଉଛି। ଏହାହା ୨୨ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଆଜି ଏକ...

ଲଗାତର ବୋମା ଧମକ: ଆଉ ୫ ସ୍କୁଲ, ୭୯ ବିମାନକୁ ବିସ୍ଫୋରଣରେ ଉଡ଼ାଇବାକୁ ହୋକ୍ସ କଲ୍‌

ନୂଆଦିଲ୍ଲୀ/ବେଙ୍ଗାଲୁରୁ,୨୩ା୧୦:ସପ୍ତାହେ ମଧ୍ୟରେ ଭାରତୀୟ ଏୟାରଲାଇନ୍ସର ୧୬୦ରୁ ଊର୍ଦ୍ଧ୍ୱ ବିମାନକୁ ବୋମା ଧମକ ମିିଳିବା ସରକାରଙ୍କୁ ଚିନ୍ତାରେ ପକାଇଥିବାବେଳେ ଏବେ ବିଭିନ୍ନ ସ୍କୁଲକୁ ଉଡ଼ାଇଦେବା ପାଇଁ ଇ-ମେଲ୍‌...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’

ଭୋପାଳ, ୨୩।୧୦: ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ...

ଅଧ୍ୟକ୍ଷଙ୍କୁ ଭଙ୍ଗା ବୋତଲ ଫିଙ୍ଗି କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ,୨୩ା୧୦: ଓ୍ବକଫ୍‌ (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ପାଇଁ ମଙ୍ଗଳବାର ସଂସଦୀୟ କମିଟି ବୈଠକ ବସିିଥିବାବେଳେ ଟିଏମ୍‌ସି ଏମ୍‌ପି କଲ୍ୟାଣ ବାନାର୍ଜୀ ଏକ ଗ୍ଲାସ୍‌ ବୋତଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri