Categories: ଜାତୀୟ

ତୈଳ ଦର ୫୦ ଟଙ୍କା କମ କରିବାକୁ ହେଲେ ଭାଜପାକୁ ସମ୍ପୂର୍ଣ୍ଣ ରୂପେ ହରାଇବାକୁ ପଡିବ: ସଞ୍ଜୟ

ମୁମ୍ବାଇ,୪ ।୧୧: ଦେଶରେ ବୃଦ୍ଧି ପାଇ ଚାଲିଥିବା ତୈଳଦରକୁ କମ୍ କରିବାକୁ ଯାଇ ଶାସକ ଭରତୀୟ ଜନତା ପାର୍ଟି(ଭାଜପା) ସରକାର ଉତ୍ପାଦନ ଶୁଳ୍କ କମ୍ କରିବାର ଦ୍ୱିତୀୟ ଦିନରେ ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଉପ ନିର୍ବାଚନରେ ଭାଜପା ହାରିବା ପରେ ପେଟ୍ରୋଲ୍ ଦାମ୍ ୫ ଟଙ୍କା କମି ଯାଇଛି । ଯଦି ତୈଳ ଦର ୫୦ ଟଙ୍କାକୁ ଆଣିବାକୁ ଅଛି ତେବେ ଭାଜପା ସରକାରଙ୍କୁ ସମ୍ପୂର୍ଣ୍ଣ ଭାବେ ହରାଇବାର ଅଛି । ସୂଚନାଯୋଗ୍ୟ, ଦେଶରେ କିଛିଦିନ ହେବ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୧୦୦ଟଙ୍କା ଚାଲୁଥିବା ବେଳେ ଏହା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଥିଲା । ବୁଧବାର କେନ୍ଦ୍ର ସରକାର ପେଟ୍ରୋଲରେ ଉତ୍ପାଦନ ଶୁଳ୍କ ୫ଟଙ୍କା ଓ ଡିଜେଲରେ ୧୦ ଟଙ୍କା କମ୍ କରିବା ପରେ କିଛି ରାଜ୍ୟରେ ତୈଳ ଦର ସାମାନ୍ୟ ଶସ୍ତା ହୋଇଛି । ଏବେ ଏହାକୁ ନେଇ ରାଜନୀତି ଜୋର ଧରିଲାଣି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ବୃଦ୍ଧା ପାଇ ଚାଲିଥିବା ତୈଳ ଦରକୁ ନେଇ ସତ ସାମ୍ନାକୁ ଆସିବା ଦରକାର ।

Share