Categories: ଜାତୀୟ

ଇଡିରେ ହାଜର ହେବା ପୂର୍ବରୁ ଶିବସେନା କର୍ମୀଙ୍କୁ ସଞ୍ଜୟଙ୍କ ଅପିଲ

ମୁମ୍ବାଇ,୧ ।୭: ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ଝଡ଼ ଶିବସେନା ନେତା ଏକନାଥ ସିନ୍ଧେଙ୍କ ଶପଥ ଗ୍ରହଣ ପରେ ଏକ ପ୍ରକାର ଶାନ୍ତ ପଡିଯାଇଛି । ହେଲେ ଏହି ସମ୍ପୂର୍ଣ୍ଣ ଘଟଣାକ୍ରମ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ର ଝଗଡ଼ାକୁ ଆହୁରି ବଢାଇ ଦେଇଛି । ଶିବସେନା ଅଭିଯୋଗ କରୁଛି କି ଇଡିର ଭୟ ଦେଖାଇ ବିଧାୟକଙ୍କୁ ଅସନ୍ତୁଷ୍ଟ ହେବାକୁ ବାଧ୍ୟ କରାଯାଇଛି । ଇତିମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ ଏବେ ଇଡିରେ ହାଜର ହେବାକୁ ଯାଉଛନ୍ତି । ହେଲେ ଏହା ପୂର୍ବରୁ ସେ ଏକ ଟୁଇଟ କରି ଦଳୀୟ କର୍ମୀଙ୍କୁ ପ୍ରଦର୍ଶନ ନ କରିବାକୁ ଅପିଲ କରିଛନ୍ତି ।
ସଞ୍ଜୟ ରାଉତ ତାଙ୍କ ଟୁଇଟରେ ଲେଖିଛନ୍ତି, ‘ମୁଁ ଆଜି ଦିନ ୧୨ଟାରେ ଇଡି ସମ୍ନାରେ ହାଜର ହେବାକୁ ଯାଉଛି । ମୋତେ ଜାରି କରାଯାଇଥିବା ସମନର ମୁଁ ସମ୍ମାନ କରୁଛି ଓ ଯାଞ୍ଚ ଏଜେନ୍ସିକୁ ସହଯୋଗ କରିବା ମୋର କର୍ତ୍ତବ୍ୟ । ମୁଁ ସମସ୍ତ ଶିବସେନା କର୍ମୀଙ୍କୁ ଅପିଲ କରୁଛି କି ସେମାନେ ଇଡି କାର୍ଯ୍ୟାଳୟ ବାହାରେ ଜମା ହେବନାହିଁ । ଚିନ୍ତା କରନ୍ତୁ ନାହିଁ ।’
ସୂଚନାଯୋଗ୍ୟ, ଏହା ପୁର୍ବରୁ ସଞ୍ଜୟ ରାଉତଙ୍କୁୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ପଚରା ଉଚରା ପାଇଁ ଡକା ଯାଇଥିଲା । ହେଲେ ସେ ହାଜର ହୋଇ ନ ଥିଲେ । ତେବେ ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ମଧ୍ୟରେ ସେ ଯାଇ ପାରିବେ ନାହିଁ କହିବା ସହ ସେ ନିଶ୍ଚୟ ହାଜର ହେବେ ବୋଲି କହିଥିଲେ । ସେଥିପାଇଁ ମୋତେ ସମୟ ଦିଆଯାଉ ବୋଲି ସଞ୍ଜୟ କହିଥିଲେ । ଏବେ ଇଡି ନୂଆ ନୋଟିସ ଜାରି କରି ସଞ୍ଜୟଙ୍କୁ ପଚରା ଉଚରା ପାଇଁ ୧ ଜୁଲାଇରେ ଡକାଇଛି ।

Share