Categories: ଜାତୀୟ

ସଞ୍ଜୟ ରାଉତଙ୍କ ବଡ଼ ଦାବି: ଆମ ସମ୍ପର୍କରେ ଅଛନ୍ତି ଅନେକ ନେତା, ଖୁବ୍‌ଶ୍ରୀଘ୍ର…

ପୁଣେ,୩।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଓଲଟପାଲଟ ହେବାକୁ ଯାଉଛି। ଶିବସେନା-ୟୁବିଟି ସାଂସଦ ସଞ୍ଜୟ ରାଉତ ଏକ ବଡ଼ ଦାବି କରିଛନ୍ତି ଏବଂ ମହା ବିକାଶ ଆଗାଡି(ଏମଭିଏ)ସହ ଅନେକ ନେତା ସମ୍ପର୍କରେ ଥିବା ସେ କହିଛନ୍ତି। ସେ ଦର୍ଶାଇଛନ୍ତି, ମହାୟୁତୀ (ଭାଜପା, ଶିବସେନା, ଏନସିପି) ର ବଡ ନେତାମାନେ ଏମଭିଏରେ ଯୋଗଦେବେ।

ଏନସିପି ନେତା ଏକନାଥ ଖଡସେ ଭାଜପାକୁ ଫେରିଥିଲେ ମଧ୍ୟ ସେ ଅଭିଯୋଗ କରିଛନ୍ତି କିଛି ଲୋକଙ୍କ ବିରୋଧ ଯୋଗୁ ତାଙ୍କ ଭାଜପାରେ ଯୋଗଦେବାର ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ସେ ଏହା ମଧ୍ୟ କହିଛନ୍ତି, ମୁଁ ଏବେ ବି ଶରଦ ପାୱାରଙ୍କ ନେତୃତ୍ୱରେ ଦଳର ସଦସ୍ୟ ଏବଂ ମୁଁ ମଧ୍ୟ ଏହାର ବିଧାୟକ। ମୋର ଇସ୍ତଫା ଗ୍ରହଣ କରାଯାଇ ନାହିଁ। କିଛି ଦିନ ଅପେକ୍ଷା କରିବା ପରେ ଯାଇ କୌଣସି ନିଷ୍ପତ୍ତି ନେବେ।
ନିର୍ବାଚନ ପୂର୍ବରୁ ମହାୟୁତୀ ଦଳର ନେତାଙ୍କ ଇସ୍ତଫା ପ୍ରକ୍ରିୟା ଜାରି ରହିଛି। ଶରଦ ପାୱାର ଦଳରେ ଭାଜପା ନେତା, ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟକାନ୍ତ ପାଟିଲ ଏବଂ ମାଦଭରାଓ କିହ୍ଲାରକର ଯୋଗ ଦେଇଥିଲେ। ଏଥି ସହ ସୋଲାପୁରର ବସନ୍ତ ଦେଶମୁଖ ମଧ୍ୟ ଶରଦ ପାୱାରଙ୍କ ପାର୍ଟିରେ ଯୋଗଦେବାକୁ ଘୋଷଣା କରିଥିଲେ। ଅଜିତ ପାୱାର ଗୋଷ୍ଠୀର ରାମରାଜ ନିମ୍ବଲକର ମଧ୍ୟ ଦଳ ଛାଡିବାର ସମ୍ଭାବନା ରହିଛି।
ଜୁଲାଇ ମାସରେ, ପିମ୍ପଲି-ଚିଞ୍ଚୱାଡର ୨୦ରୁ ଅଧିକ ଏନସିପି କାର୍ଯ୍ୟକର୍ତ୍ତା ଶରଦ ପାୱାର ଦଳରେ ଯୋଗ ଦେଇଥିଲେ। ଶରଦ ପାୱାରଙ୍କ ରାଲି ପୂର୍ବରୁ ସେ ଏନସିପିରୁ ଇସ୍ତଫା ଦେଇଥିଲେ।

Share