ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କ ପାଇଁ ବଡିଲା ଅଡୁଆ। କୋର୍ଟ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ଅକ୍ଟୋବର ୧୦ ତାରିଖ ଯାଏ ବଢାଇ ଦେଇଛନ୍ତି। ତାଙ୍କ ଜାମିନ୍ ଆବେଦନର ଶୁଣାଣି ମଧ୍ୟ ଆସନ୍ତା ୧୦ ତାରିଖରେ ହେବ। ସେପ୍ଟେମ୍ବର ୧୯ରେ ଶେଷ ଥର ୧୪ ଦିନ ପାଇଁ ଅବଧି ବଢାଯାଇଥିଲା। ସୂଚନାଯୋଗ୍ୟ, ପାତ୍ର ଚୌଲ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଅଗଷ୍ଟ ୧ ତାରିଖରେ ସଞ୍ଜୟ ରାଉତଙ୍କୁ ଗିରଫ କରିଥିଲା। ପ୍ରଥମେ ଇଡି ହେପାଜତରେ ରହିବା ପରେ ଅଗଷ୍ଟ ୮ ତାରିଖରେ ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।